ଜଳେଶ୍ୱରରୁ ୧୦ଲକ୍ଷ ଟଙ୍କାର ନକଲି ଦେଶୀ ମଦ ଜବତ୍‌

ଜଳେଶ୍ୱର, ଅକ୍ଟୋବର ୯ : ରାଜ୍ୟରେ ଚୋରା ମଦ କାରବାର ସହିତ ନକଲି ମଦ ବ୍ୟବସାୟ ମଧ୍ୟ ବେଧଡକ୍ ଚାଲିଛି । ଏମିତି କି ରାଜ୍ୟ ବାହାରୁ ମଧ୍ୟ ସହଜରେ ଏହି ନକଲି ମଦ ଚାଲାଣ କରାଯାଇ ରାଜ୍ୟ ଭିତରେ ବିକ୍ରି କରାଯାଉଛି । ଆଜି ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଜବତ୍ ହୋଇଛି ବିପୁଳ ପରିମାଣର ନକଲି ଦେଶୀ ମଦ । ପଶ୍ଚିମବଙ୍ଗରୁ ଓଡ଼ିଶା ଚାଲାଣ କରାଯାଉଥିବା ବେଳେ ପୋଲିସ୍ ହାତରେ ଧରାପଡିଛନ୍ତି ୩ ମାଫିଆ ।

gpkandhamal

ସୂଚନା ଅନୂସାରେ ଜଳେଶ୍ୱର କମର୍ଦ୍ଦା ଥାନା ବାଟଗ୍ରାମ ଅଞ୍ଚଳରେ ଚଢାଉ କରି ଅବକାରୀ ବିଭାଗ ଦ୍ୱରା ଏହି ନକଲି ଦେଶୀ ମଦ ଜବତ୍ କରାଯାଇଛି । ପଶ୍ଚିମବଙ୍ଗରୁ ଏକ ଅଟୋ ଯୋଗେ ଓଡ଼ିଶାକୁ ଏହି ନକଲି ମଦ ଚାଲାଣ କରାଯାଉଥିବା ସୂଚନା ମିଳିଛି । ତେବେ ଜବତ୍ କରାଯାଇଥିବା ନକଲି ଦେଶୀ ମଦର ଆନୂମାନିକ ବଜାର ମୂଲ୍ୟ ୧୦ ଲକ୍ଷ ଟଙ୍କରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି ।

Umasankar Adv
Leave A Reply

Your email address will not be published.