କମିଶନରେଟ ପୋଲିସର ଅପରେସନ ହ୍ୱାଇଟ ସ୍ପାଇଡର

ଭୁବନେଶ୍ୱର, ଅକ୍ଟୋବର ୯ : କମିଶନରେଟ ପୋଲିସର ଅପରେସନ ହ୍ୱାଇଟ ସ୍ପାଇଡର । ୯ ମାସରେ ଜବତ ହେଲାଣି ୧୦ କେଜି ବ୍ରାଉମସୁଗାର । କେବଳ ଭୁବନେଶ୍ୱର ପୋଲିସ ଜବତ କରିଛି ୫ କେଜି ୬୭୦ ଗ୍ରାମର ବ୍ରାଉନସୁଗାର । ବ୍ରାଉନସୁଗାର କାରବାର ମାମଲାରେ ଏଯାଏଁ ୬୭ ଜଣଙ୍କୁ ଗିରଫ କରାଯାଇଛି । ଏହାସହିତ ୩୩ଟି ମାମଲା ମଧ୍ୟ ରୁଜୁ କରାଯାଇଛି ।  ସେହିପରି ଆଜି ବାଲିଅନ୍ତାରୁ ଜବତ ହୋଇଛି ୨୬୦ ଗ୍ରାମର ବ୍ରାଉନସୁଗାର । ବ୍ରାଉନସୁଗାର କାରବାର ଅଭିଯୋଗରେ କେଶୁରାର ମୁଣାଲ ସାମଲଙ୍କୁ ଗିରଫ କରିଛି କ୍ୟୁଏଟି । ଏନେଇ ଶନିବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । 

gpkandhamal

ସେ ଆହୁରୀ ମଧ୍ୟ କହିଛନ୍ତି ଯେ କେବଳ ନିଶା ଦ୍ରବ୍ୟ ଅର୍ଥାତ ଡ୍ରଗ୍ସ ଜବତ କରିବାରେ ଆମେ ସୀମିତ ନାହୁଁ । ଏହି ନିଶା କବଳରେ ଥିବା ଯୁବକ ଯୁବତୀଙ୍କୁ ଏଥିରୁ ମୁକ୍ତି ଦିଗରେ ମଧ୍ୟ ଆମେ କାମ କରୁଛି ପୋଲିସ କମିଶନର କହିଛନ୍ତି ।

Umasankar Adv
Leave A Reply

Your email address will not be published.