ବିଦ୍ୟା ଭାରତୀଙ୍କ ବିରୋଧରେ ଦାଖଲ ହେଲା ୩୦୦ ପୃଷ୍ଠା ବିଶିଷ୍ଟ ଚାର୍ଜସିଟ୍‌

ପାରଳାଖେମୁଣ୍ଡି, ଅକ୍ଟୋବର ୯ : ବହୁ ଚର୍ଚ୍ଚିତ ବନ ଅଧିକାରୀ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାର ରହସ୍ୟ ଉପରୁ ଗତ କାଲି କ୍ରାଇମବ୍ରାଞ୍ଚ ପରଦା ଉଠାଇବା ପରେ ପୁରା ଘଟଣାଟି ପଦାକୁ ଆସିଛି । ଏହି ମାମଲାରେ ମୃତ ସୌମ୍ୟ ରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହିଁ ଏକ ମାତ୍ର ଅଭିଯୁକ୍ତ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି । ପୁରା ମାମଲାରେ ଡିଏଫଓ ଓ ରୋଷେୟାଙ୍କୁ କ୍ଲିନଚିଟ୍ ଦେବା ପରେ କ୍ରାଇମବ୍ରାଞ୍ଚ ବିଦ୍ୟା ଭାରତୀଙ୍କ ସତ ସାମ୍ନାକୁ ଆଣିଥିଲା । ପୁରା ଘଟଣା ବିଦ୍ୟାଭାରତୀଙ୍କ ସମ୍ମୁଖରେ ଘଟୁଥିଲେ ବି ବିଦ୍ୟାଭାରତୀ ସୌମ୍ୟରଞ୍ଜନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିନଥିଲେ । 

gpkandhamal

ବିଦ୍ୟାଙ୍କ ଆଖି ଆଗରେ ସୌମ୍ୟ ଜଳୁଥିଲେ ମାତ୍ର ନିଜ ସ୍ୱାମୀଙ୍କୁ ବଞ୍ଚାଇନଥିଲେ ବିଦ୍ୟାଭରତୀ । ଯାହାକୁ ନେଇ ଏବେ ବିଦ୍ୟାଭାରତୀଙ୍କୁ ନେଇ ବଡ଼ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି ।ଏଭଳି ସ୍ଥିତିରେ ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ ବିଦ୍ୟାଭାରତୀଙ୍କ ବିରୋଧରେ ୩୦୦ ପୃଷ୍ଠା ବିଶିଷ୍ଟ ଚାର୍ଜସିଟ୍ ଦାଖଲ କରାଯାଇଛି । ଏହା ପରେ କେବଳ ବିଦ୍ୟାଭରତୀ ହିଁ ଏହି ମାମଲାର ଅଭିଯୁକ୍ତ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ଆଗକୁ ଏହି ଘଟଣା କେଉଁ ମୋଡ ନେବ ଏବଂ ବିଦ୍ୟାଭାରତୀଙ୍କୁ କଣ ଦଣ୍ଡ ମିଳିବ ତାହା ଉପରେ ଏପେ ପଚରା ରାଜ୍ୟବାସୀଙ୍କ ନଜର ।

Umasankar Adv
Leave A Reply

Your email address will not be published.