ଭୁବନେଶ୍ୱର, ଅକ୍ଟୋବର ୧୨ : ଦେଶର ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ଇଲେକ୍ଟୋରାଲ ବଣ୍ଡ୍ ମାଧ୍ୟମରେ ସଂଗ୍ରହ କରିଥିବା ଚାନ୍ଦା ବାବଦରେ ଆସୋସିଏଶନ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ରିପୋର୍ଟ ପ୍ରକାଶ ପାଇଛି। ବିଜୁ ଜନତା ଦଳ (ବିଜେଡି), ଆମ୍ ଆଦମୀ ପାର୍ଟି (ଏଏପି) , ଦ୍ରାବିଡ ମୁନେତ୍ରୀ କାଜାଗମ୍ (ଡିଏମ୍କେ) , ସଂଯୁକ୍ତ ଜନତା ଦଳ ବା ଜେଡିୟୁ ଶିବସେନା ସମେତ ମୋଟ ୧୪ ଆଞ୍ଚଳିକ ଦଳ ୨୦୧୯–୨୦ ବର୍ଷରେ ୪୪୭.୪୯ କୋଟି ଟଙ୍କା ସଂଗ୍ରହ କରିଛନ୍ତି , ଯାହା କି ସେମାନଙ୍କ ମୋଟ ଆୟର ୫୦.୯୭ ପ୍ରତିଶତ।ସେହିପରି ୪୨ ଆଞ୍ଚଳିକ ଦଳର ମୋଟ ଆୟ ୮୭୭.୯୫୭ କୋଟି ଟଙ୍କା ରହିଥିବା ଏଥିରେ ଦର୍ଶାଯାଇଛି।
ଟିଆର୍ଏସ୍ ପାର୍ଟିକୁ ସର୍ବାଧିକ ୧୩୦.୪୬ କୋଟି ଟଙ୍କା ମିଳିଛି । ସମସ୍ତ ଦଳର ମୋଟ ଆୟର ଏହା ୧୪,୮୬ ସେହିପରି ପ୍ରତିଶତ। ଶିବସେନାର ଆୟ ଉକ୍ତ ଆର୍ଥିକ ବର୍ଷରେ ୧୧୧.୪୦୩ କୋଟି (୧୨.୬୯%) ଏବଂ ୱାଇଏସ୍ଆର୍–ସି ୯୨.୭୩୯ କୋଟି (୧୦.୫୬%) ଆୟ କରିଛି । ତେବେ ୧୪ଟି ଦଳ ଇଲେକ୍ଟ୍ରୋରାଲ ବଣ୍ଡ୍ ମାଧ୍ୟମରେ ୪୪୭.୪୯୮ କୋଟି ଟଙ୍କା ଆୟ କରିଥିବା ନେଇ ହେଲେ ଟିଆର୍ଏସ୍ ଘୋଷଣା କରିଥିବା ଏଡିଆର୍ କହିଛି । ସେଗୁଡ଼ିକ ଟିଡିପି , ୱାଇଏସ୍ଆର୍ – ସି , ବିଜେଡି , ଶିବସେନା , ଏଏପି , ଡିଏମ୍କେ , ଜେଡିୟୁ , ଏସ୍ପି , ଜେଡିଏସ୍ , ଏସ୍ଏଡି ,ଏବଂ ଏଆଇଏଡିଏମ୍କେ , ଜେଏମ୍ଏମ୍।