ବାଙ୍ଗାଲୋରରେ ପ୍ରବଳ ବର୍ଷା

ବାଙ୍ଗାଲୋର, ଅକ୍ଟୋବର ୧୨ : କର୍ଣ୍ଣାଟକର ରାଜଧାନୀ ବାଙ୍ଗାଲୋର ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ସୋମବାର ଠାରୁ ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁଁ କେମେପଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦର ବାହାରେ ଜଳାର୍ଣ୍ଣବ ହୋଇଛି। ବର୍ଷା ଜଳ ଯୋଗୁଁ ବିମାନବନ୍ଦର ବାହାରେ ଯାତ୍ରୀମାନେ ଏକ ଟ୍ରାକ୍ଟର ଉପରକୁ ଚଢ଼ି ଯାଇଥିଲେ। 

ବର୍ଷା ଯୋଗୁଁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ବନ୍ୟା ପ୍ରଭାବିତ ଜଣେ ବ୍ୟକ୍ତି ଘର ଭିତରେ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଜୀବନ ହାରିଛନ୍ତି। ଘର ଭିତରେ ୨ ଜଣ ଥିଲେ। କିନ୍ତୁ ଜଣେ ସେଠାରୁ ପଳାୟନ କରିଥିଲେ। ବାଙ୍ଗାଲୋର ସିଟି (ପଶ୍ଚିମ ଡିଭିଜନ) ଡେପୁଟି ପୋଲିସ କମିସନର ଡ. ସଂଜୀବ ଏମ୍‌ ପାଟିଲ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। 

Umasankar Adv
Leave A Reply

Your email address will not be published.