୪ ଜିଲ୍ଲାର ମେଗା ପାନୀୟ ଜଳ ପ୍ରକପ୍ଳ ପାଇଁ ୧୨୮୦ କୋଟି ଟଙ୍କା ବ୍ୟୟ ଅଟକଳ

ଭୁବନେଶ୍ୱର, ଅକ୍ଟୋବର ୧୨ : ଗତକାଲି ମୁଖ୍ୟମନ୍ତ୍ରୀ ନବୀନଙ୍କ ଅଧ୍ୟକ୍ଷତାରେ ବୈଠକ କରିଥିବା ରାଜ୍ୟ କ୍ୟାବିନେଟ ଜେଜେଏମ୍ ପାଣ୍ଠିରୁ ଗଞ୍ଜାମ,ବୌଦ୍ଧ,କନ୍ଧମାଳ,ରାୟଗଡା ଜିଲ୍ଲାରେ ସୁରକ୍ଷିତ ପାନୀୟ ଜଳ ଯୋଗାଇବା ପାଇଁ ଦୁଇଟି ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କାର‌୍ୟ୍ୟକାରୀ କରିବାକୁ ପ୍ରସ୍ତାବକୁ ଅନୁମୋଦନ କରିଛି।

ଏହି ପ୍ରକଳ୍ପର କାର୍ଯ୍ୟକାରିତା ଦ୍ୱାରା ୧୩ ବ୍ଲକର ୧୮୫ ଗ୍ରାମ ପଞ୍ଚାୟତରେ ୧୭୫୩ ଟି ଗ୍ରାମରେ ୧,୧୦୦,୫୬୫ ଲୋକ ଉପକୃତ ହେବେ। କ୍ୟାବିନେଟ୍ ମଧ୍ୟ ଏହି କାର‌୍ୟ୍ୟଗୁଡିକର କାର୍ଯ୍ୟକାରିତା ପାଇଁ ରାଜ୍ୟ ସରକାର ୧୨୦୦ କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରିବେ ଏବଂ ୨୪ ମାସ ମଧ୍ୟରେ ଏହାକୁ ସମାପ୍ତ ହେବାକୁ ଲକ୍ଷ୍ୟ ରଖାଯାଇଛି।

Umasankar Adv
gpkandhamal

ପ୍ରତ୍ୟେକ ଗାଁକୁ ପାଇପ୍ ଯୋଗେ ସ୍ଵଚ୍ଛ ପାନୀୟ ଜଳ ଯୋଗାଇ ଦେବାକୁ ରାଜ୍ୟ ସରକାର ବଦ୍ଧପରିକର । ଏହି କ୍ରମରେ ରାଜ୍ୟ ସରକାର ଗଞ୍ଜାମ , କନ୍ଧମାଳ , ରାୟଗଡ଼ା ଏବଂ ବୌଦ୍ଧ ଜିଲାର ୧୨ ଲକ୍ଷ ଲୋକଙ୍କୁ ମେଗା ପାନୀୟ ଜଳ ପ୍ରକଳ୍ପ ଜରିଆରେ ପିଇବା ପାଣି ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି । 

ଏହି ପ୍ରକଳ୍ପ ଦ୍ୱାରା ଗଞ୍ଜାମ ଜିଲାର ରଙ୍ଗେଇଲୁଣ୍ଡା , ଛତ୍ରପୁର , ଖଲ୍ଲିକୋଟ , ଗଞ୍ଜାମ , ରାୟଗଡ଼ା ଜିଲାର ରାୟଗଡ଼ା , କାଶୀପୁର ବ୍ଲକ ସମେତ ବୌଦ୍ଧ ଜିଲା ଏବଂ କନ୍ଧମାଳ , ହରଭଙ୍ଗା , ଫିରିଙ୍ଗିଆ , ଚକାପାଦ , ଖଜୁରିପଡା , ଜି ଉଦୟଗିରି ଏବଂ କେ ନୂଆଗାଁ ବ୍ଲକକୁ ପାନୀୟ ଜଳ ଯୋଗାଇ ଦିଆଯିବ । ଏଥିପାଇଁ ଚୂଡ଼ାନ୍ତ ହୋଇଥିବା ୩ଟି ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ କରିଛି।

Leave A Reply

Your email address will not be published.