ଅଧା ଓଡିଶାରୁ ଫେରିଲା ମୌସୁମୀ

ଭୁବନେଶ୍ୱର, ଅକ୍ଟୋବର ୧୨ : ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସାଇକ୍ଲୋନିକ୍ ସର୍କୁଲେସନ ସକ୍ରୀୟ ରହିଛି ଏବଂ ବର୍ତ୍ତମାନ ସମୁଦ୍ର ପତ୍ତନଠାରୁ ୩.୧ କିଲୋମିଟର ପର୍ଯ୍ୟନ୍ତ ବିସ୍ତାର ହୋଇଛି ବୋଲି ସୋମବାର ଭାରତ ପାଣିପାଗ ବିଭାଗ (ଆଇଏମଡି) କହିଛି। ଆଇଏମଡି ଅନୁଯାୟୀ, ବଙ୍ଗୋପସାଗର ଉପରେ ଏକ ନିମ୍ନ ଚାପ କ୍ଷେତ୍ର ଗଠନ ବିଳମ୍ବ ହେଉଛି କାରଣ ସେହି ଅଞ୍ଚଳରେ ସାଇକ୍ଲୋନିକ୍ ସର୍କୁଲେସନ ସ୍ଥିର ହୋଇ ରହିଛି। ଅକ୍ଟୋବର ୧୩ ରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଅଧିକ ଘନିଭୁତ ହୋଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଯାଇ ଦକ୍ଷିଣ ଓଡ଼ିଶା ଆନ୍ଧ୍ରପ୍ରଦେଶ ଉପକୂଳରେ ପହଞ୍ଚିବା ସମ୍ଭାବନା ରହିଛି, ଯାହା ଅକ୍ଟୋବର ୧୫ ରେ ଘନିଭୁତ ହୋଇ ଏକ ଗଭିର ଅବପାତରେ ପରିଣତ ହେବାର ସମ୍ବାବନା ରହିଛି ।

gpkandhamal

ଆଞ୍ଚଳିକ ପାଣିପାହ କେନ୍ଦ୍ର ଦେଇଥବା ସୂଚନା ମୁତାବକ ଏହାର ପ୍ରଭାବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସୁନ୍ଦରଗଡ, ଝାରସୁଗୁଡା, ଦେଓଗଡ, ସମ୍ବଲପୁର, ବରଗଡ, ନୁଆପଡା ଏବଂ ଅନୁଗୁଳ ଏବଂ ବୌଦ୍ଧ ଜିଲ୍ଲାର ଅଧିକାଂଶ ଅଞ୍ଚଳ ଏବଂ ମୟୂରଭଞ୍ଜ, କେଉଁଝର, ଢେଙ୍କାନାଳ,କନ୍ଧମାଳରେ ବର୍ଷା ଅନୁଭୁତ ହୋଇ ପାରେ । ତେବେ ଗତକାଲି ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ ମୌସୁମୀ ବାୟୁ ରାଜ୍ୟର ଅଧା ।ଞ୍ଚଳରୁ ପ୍ରତ୍ୟାହାର କରି ସାରିଛି।

Umasankar Adv
Leave A Reply

Your email address will not be published.