କିଡନୀ ରୋଗରେ କୁଖ୍ୟାତ ମାଓ ନେତା ରାମକ୍ରିଷ୍ଣା ମୃତ

ମାଲକାନାଗିରି, ଅକ୍ଟୋବର ୧୫ : କୁଖ୍ୟାତ ମାଓ ନେତା ରାମକ୍ରିଷ୍ଣା ମୃତ । ମାଓ ସେଣ୍ଟ୍ରାଲ କମିଟି ତଥା ଓଡ଼ିଶା-ଆନ୍ଧ୍ର ସ୍ପେଶାଲ ଜୋନାଲ କମିଟି ମୁଖ୍ୟ ଥିବା ଆରକେ ଓରଫ ରାମକ୍ରିଷ୍ଣାଙ୍କ ମୃତ୍ୟୁ ନେଇ ପ୍ରେସ ରିଲିଜ୍ ଜାରି କରି ସ୍ପଷ୍ଟ କଲା ମାଓ ସଂଗଠନ । ଗତ କାଲି ୬୩ ବର୍ଷ ବୟସରେ ରାମକ୍ରିଷ୍ଣାର ମୃତ୍ୟୁ ହୋଇଥିବା ବେଳେ କେଉଁଠି ମୃତ୍ୟୁ ହେଲା ତାହା ନେଇ ସୂଚନା ଦେଇ ନାହିଁ ମାଓ ସଂଗଠନ । ତେବେ ଦୀର୍ଘ କିଛି ମାସ ହେବ କିଡନୀ ରୋଗରେ ପୀଡିତ ଥିଲା ଏହି କୁଖ୍ୟାତ ମାଓ ନେତା ।  ୧୯୭୦ ମସିହାରୁ ମାଓ ସଂଗଠନ ସହିତ ଜଡିତ ରହିଆସିଥିଲା ଆରକେ । ବହୁ ବଡ଼ ବଡ଼ ମାଓବାଦୀ ହାମଲାରେ ଆରକେ ହାତ ରହିଥିବା ବେଳେ ବିଶେଷ ଭାବରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ମାଓବାଦୀଙ୍କ କାର୍ଯ୍ୟାକଳାପ ତଦାରଖ କରିଆସୁଥିଲା ରାମକ୍ରିଷ୍ଣା ।

gpkandhamal

କେବଳ ଓଡ଼ିଶାରେ ଆରକେ ନାମରେ ୨୦୦ ଶହରୁ ଅଧିକ ମାମଲା ରହିଛି । ଅନେକ ସମୟରେ ଏହି କୁଖ୍ୟାତ ମାଓ ନେତାକୁ ଧରିବା ପାଇଁ ବଡ଼ ବଡ଼ ଅପରେସନ୍ ମଧ୍ୟ କରିଥିଲା ଓଡ଼ିଶା ପୋଲିସ୍ । ଏହି କୁଖ୍ୟାତ ମାଓ ନେତାଙ୍କ ଇସାରାରେ ମାଓ ସଂଗଠନ ଚାଲୁଥିବା ବେଳେ ସବୁ ବଡ଼ ବଡ଼ ହିଂସାକାଣ୍ଡର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଥିଲା ରାମକ୍ରିଷ୍ଣା । ଆରକେ କୁ ଧରିବା ପାଇଁ ତା ନାମରେ ଦେଢ କୋଟି ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା ଓଡ଼ିଶା ପୋଲିସ୍ ।

Umasankar Adv
Leave A Reply

Your email address will not be published.