ଟି-୨୦ ବିଶ୍ବକପ ନେଇ ଟିମ ଇଣ୍ଡିଆର ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ଅକ୍ଟୋବର ୧୪ : ଟି-୨୦ ବିଶ୍ବକପ୍‌କୁ ନେଇ ଟିମ୍‌ ଇଣ୍ଡିଆରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ଭଲ ଫର୍ମରେ ଥିବା ଶାର୍ଦ୍ଦୁଲ ଠାକୁରଙ୍କୁ ଟି-୨୦ ବିଶ୍ବକପ୍‌ର ୧୫ ଜଣିଆ ଦଳରେ ସାମିଲ କରାଯାଇଛି। ପୂର୍ବରୁ ହିଁ ସାମିଲ ହୋଇସାରିଥିବା ଅକ୍ଷର ପଟେଲଙ୍କୁ ରିଜର୍ଭ ପ୍ଲେୟାର୍ସ ତାଲିକାରେ ରଖାଯାଇଛି। ସୂଚନାଯୋଗ୍ୟ, ଟିମ୍‌ ଇଣ୍ଡିଆକୁ ଅକ୍ଟୋବର ୧୫ ପୂର୍ବରୁ ବିଶ୍ବକପ ଲାଗି ନିଜର ଫାଇାନଲ ଟିମ ସଂପର୍କରେ ଆଇସିସିକୁ ସୂଚନା ଦେବାର ଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଯେତେବେଳେ ସଂକଟ ପରିସ୍ଥିତି ଦେଖାଗଲା, ସେହି ସମୟରେ ଏହା ଦେଖାଯାଇଥିଲା। କାରଣ ହାର୍ଦ୍ଦିକ ପାଣ୍ଡ୍ୟା ଏଯାଏଁ ସଂପୂର୍ଣ୍ଣ ଠିକ ହୋଇନାହାନ୍ତି। ଆଇପିଏଲରେ ସେ ବୋଲିଂ କରିନଥିଲେ। ତେଣୁ ଶାର୍ଦ୍ଦୁଲ ଠାକୁରଙ୍କୁ ୧୫ ଜଣିଆ ଦଳରେ ସାମିଲ କରାଯାଇଛି। ସେ ଦ୍ରୁତ ବୋଲିଂ ସହିତ ବ୍ୟାଟିଂ ମଧ୍ୟ କରିପାରିବା କ୍ଷମତା ମଧ୍ୟ ରଖିଛନ୍ତି। ଟି-୨୦ ବିଶ୍ବକପ ଅକ୍ଟୋବର ୧୭ ତାରିଖ ଠାରୁ ଆରମ୍ଭ ହେବ। 

gpkandhamal

ଟି-୨୦ ବିଶ୍ବକପରେ ଭାରତୀୟ ଟିମ୍‌: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟକିପର), ଈଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ରାହୁଲ ଚାହର, ରବିଚନ୍ଦ୍ରନ ଅଶ୍ବିନ, ଶାର୍ଦ୍ଦୁଲ ଠାକୁର, ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମରା, ଭୁବନେଶ୍ବର କୁମାର, ମହମ୍ମଦ ଶାମୀ

Umasankar Adv
Leave A Reply

Your email address will not be published.