ଆରୟନ୍ ଖାନ୍‌ଙ୍କ ପାଖକୁ ଟଙ୍କା ପଠାଇଲେ ବାପା ଶାହରୁଖ ଖାନ୍‌

ମୁମ୍ବାଇ, ଅକ୍ଟୋବର ୧୫ : ଶାହରୁଖ ଖାନ୍‌ଙ୍କ ପୁଅ ଆରୟନ୍ ଖାନ୍ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଜେଲ ଯିବାର ଗୋଟିଏ ସପ୍ତାହ ହେଲାଣି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଆରୟନ୍ ଜେଲରେ ରହିବାକୁ ଥିବା ବେଳେ ଆଜି ପ୍ରଥମ ଥର ପାଇଁ ଜେଲ ଯିବା ପରେ ବାପା ଶାହରୁଖ ଖାନ୍ ଓ ମା’ ଗୌରୀ ଖାନ୍‌ଙ୍କ ସହ ଭିଡିଓ କଲରେ କଥା ହୋଇଛନ୍ତି ଆରୟନ୍ । ଏହାସହିତ ଆଜି ଆରୟନ୍ ଖାନ୍‌ଙ୍କ ପାଖକୁ ଟଙ୍କା ମନି ଅର୍ଡର କରିଛନ୍ତି ଶାହରୁଖ୍ । ଜେଲର ନିୟମ ଅନୂଯାଇ ଜଣେ କଏଦୀଙ୍କ ପାଖକୁ ମାସିକ ୪୫୦୦ ଟଙ୍କା ପରିବାର ଲୋକ ମନି ଅର୍ଡର କରିପାରିବେ । ସେହି ଟଙ୍କାରେ ଜଣେ କଏଦୀ ଜେଲ ଖାଇବା ଛଡା କ୍ୟାଣ୍ଟିନ୍ ରେ ଖାଦ୍ୟ କିଣି ଖାଇ ପାରିବ ।

gpkandhamal

ତେବେ ସମାନ ଭାବରେ ଷ୍ଟାର ସନ୍‌ଙ୍କୁ ଜେଲ ଖାଇବା ଭଲ ଲାଗୁନଥିବାରୁ ଶାହରୁଖ ଖାନ୍ ଆରୟନଙ୍କ ପାଖକୁ ୪୫୦୦ଟଙ୍କା ମନି ଅର୍ଡର କରିଥିବା ଜଣାପଡିଛି । ଆଜି ଠାରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ କୋର୍ଟ ଛୁଟି ରହିଥିବା ବେଳେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଆରୟନ୍ ମୁମ୍ବାଇ ଆର୍ଥର ରୋଡ ଜେଲରେ ହିଁ ରହିବେ । ଏହାସହିତ ଜେଲ ନିୟମ ଅନୂଯାଇ ନିଜ ପରିବାର ସହିତ ସପ୍ତାହକୁ ଦୁଇ ଥର କଥା ହେବାକୁ ଅନୁମତି ରହିଥିବା ବେଳେ ଆଜି ନିଜ ବାପା ଓ ମାକ୍ଷଙ୍କ ସହିତ ଭିଡିଓ କଲରେ କଥା ହୋଇଛନ୍ତି ଆରୟନ୍ ।

Umasankar Adv
Leave A Reply

Your email address will not be published.