ଖୋଲିଲା ମନୀଷ ମୃତ୍ୟୁର ରହସ୍ୟ

ଭୁବନେଶ୍ୱର, ଅକ୍ଟୋବର ୧୬ : ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ସନ୍ଦେହଜନକ ମୃତ୍ୟୁର ଖୋଲିଲା ରହସ୍ୟ । ମନୀଷ ଆତ୍ମହତ୍ୟା କରିନାହାନ୍ତି ତାଙ୍କୁ ହତ୍ୟା କରାଯାଇଥିବା ପୋଲିସକୁ ମିଳିଛି ପ୍ରମାଣ । ମନୀଷଙ୍କ ସାଙ୍ଗମାନେ ହିଁ ତାଙ୍କୁ ହତ୍ୟା କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ସିସିଟିଭି ଫୁଟେଜରେ ହତ୍ୟାକାରୀଙ୍କ ଗତିବିଧି ରେକର୍ଡର୍ ହୋଇଛି ।  ମୃତ୍ୟୁ ସମ୍ପର୍କରେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସଙ୍କ ବିସ୍ତୃତ ସୂଚନା । ମନୀଷ ପ୍ରଥମେ ୩ ସାଙ୍ଗ ଅମ୍ରିତ ବିଶ୍ୱାଳ, ଦୀନେଶ ମହାପାତ୍ର ଓ ମୃତ୍ୟୁଞ୍ଜୟ ମିଶ୍ରଙ୍କ ସହ ଭୋର ସମୟରେ ପାତ୍ରପଡା ଅଞ୍ଚଳରୁ ହୋଟେଲକୁ ଯାଇଥିଲେ । ତେବେ ହୋଟେଲରେ ବିଲ୍ ପେମେଣ୍ଟକୁ ନେଇ ପାଟିତୁଣ୍ଡ ହୋଇଥିବା ସୂଚନା ମିଳିଛି । ହୋଟେଲ ବାହାରେ ମନୀଷଙ୍କୁ ବନ୍ଧୁମାନେ ଆକ୍ରମଣ କରିଥିଲେ । 

gpkandhamal

ସେହିପରି ୩ ବନ୍ଧୁଙ୍କ ଆକ୍ରମଣ ଓ ଠେଲାପେଲା ଯୋଗୁଁ ମନୀଷଙ୍କ ହତ୍ୟା ଘଟିଥିଲା । ତେବେ ମନୀଷଙ୍କ ମୃତ୍ୟୁ ପରେ ମତଦେହକୁ ଆଣି ପୋଖରୀରେ ଫିଙ୍ଗି ଦେଇଥିଲେ । ମୃତ୍ୟୁ ପରେ ପ୍ରମାଣ ନଷ୍ଟ କରିବାକୁ ଶରୀରକୁ ପୋଖରୀରେ ଫିଙ୍ଗିଥିବା ଡିସିପି କହିଛନ୍ତି । ଏହାସହିତ ମୃତ ଶରୀରକୁ ପୋଖରୀରେ ଫିଙ୍ଗିବାକୁ ବ୍ୟବହୃତ ଗାଡି ସିଜ୍ ମଧ୍ୟ ହୋଇଛି । ସେପଟେ ୩ ଜଣ ଅଭିଯୁକ୍ତଙ୍କୁ ରିିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରାଯାଇଥିବା ଡିସିପି କହିଛନ୍ତି ।

Umasankar Adv
Leave A Reply

Your email address will not be published.