୭୬ ବର୍ଷରେ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୁଆଦିଲ୍ଲୀ, ଅକ୍ଟୋବର ୧୬ : ଆଜି ବର୍ଷ ବୟସ ହେବାକୁ ଥିବା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ରାଜ୍ୟରେ ଚାଲିଥିବା କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ତାଙ୍କ ଜନ୍ମଦିନ ପାଳନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସିଏମଓ ବିବୃତ୍ତିରେ କୁହାଯାଇଛି। ଏହା କ୍ରମାଗତ ଚତୁର୍ଥ ବର୍ଷ ହେବ ଯେତେବେଳେ ବିଜେଡି ସୁପ୍ରିମୋ ତାଙ୍କ ଜନ୍ମଦିନ ଉତ୍ସବକୁ ପାଳନ କରିବେ ନାହିଁ । ଗତ ବର୍ଷ ମଧ୍ୟ ସମାନ କରୋନା ମହାମାରୀ ହେତୁ ସେ ତାଙ୍କ ଜନ୍ମ ବାର୍ଷିକୀରେ କୌଣସି କାର୍ଯ୍ୟକ୍ରମକୁ ଅନୁମତି ଦେଇନଥିଲେ।

ପଟ୍ଟନାୟକ ୨୦୧୯ ରେ ବାତ୍ୟା ଫାନି କାରଣରୁ ଏବଂ ୨୦୧୮ ରେ ବାତ୍ୟା ତିତିଲି ଯୋଗୁଁ ଏହି ଉତ୍ସବ ପାଳନ ନକରିବାକୁ ନିଷ୍ପତି ନେଇଥିଲେ । ଶାସକ ବିଜେଡି ସଦସ୍ୟ ତଥା ତାଙ୍କ ଶୁଭେଚ୍ଛୁମାନଙ୍କୁ ଶନିବାର ତାଙ୍କ ବାସଭବନ ନବୀନ ନିୱାସ ପରିଦର୍ଶନ ନକରିବାକୁ ଅନୁରୋଧ କରିବା ସହ ଦିନରେ ରକ୍ତଦାନ ଶିବିର ଆୟୋଜନ କରିବାକୁ ସେମାନଙ୍କୁ ନିବେଦନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

Umasankar Adv
Leave A Reply

Your email address will not be published.