ଇତିହାସ ରଚିଲେ ଶାକିବ ଅଲ ହାସନ୍‌

ନୂଆଦିଲ୍ଲୀ, ଅକ୍ଟୋବର ୧୮ : ଟି-୨୦ ବିଶ୍ବକପରେ ବାଂଲାଦେଶର ଷ୍ଟାର ଅଲରାଉଣ୍ଡର ଶାକିବ ଅଲ ହାସନ ଇତିହାସ ରଚିଛନ୍ତି। ଶାକିବ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ସର୍ବାଧିକ ୱିକେଟ ନେଇଥିବା ବୋଲର ଭାବେ ଏହି ରେକର୍ଡ କରିଛନ୍ତି। ସେ ଶ୍ରୀଲଙ୍କାର ଲାସିଥ ମାଲିଙ୍ଗାଙ୍କ ରେକର୍ଡକୁ ମଧ୍ୟ ଅତିକ୍ରମ କରିଛନ୍ତି। ତାଙ୍କ ନାଁରେ ୧୦୮ଟି ୱିକେଟ ଯୋଡ଼ି ହୋଇଯାଇଛି। ଏହା ମାଲିଙ୍ଗାଙ୍କ ତୁଲନାରେ ଗୋଟିଏ ଅଧିକ।  ଶାକିବ ଏହି ଅଭିଜ୍ଞତା ୟୁଏଇ ଓ ମାନରେ ଆୟୋଜିତ ଟି୨୦ ବିଶ୍ବକପ୍‌ ସମୟରେ ହାସଲ କରିଛନ୍ତି। ସ୍କଟଲାଣ୍ଡ ବିପକ୍ଷ ମ୍ୟାଚରେ ବାଂଲାଦେଶର ଅଲରାଉଣ୍ଡର ୧୭ ରନ ଦେଇ ୨ଟି ୱିକେଟ ନେଇଥିଲେ। ତାଙ୍କର ବୋଲିଂ ଯୋଗୁଁ ସେ ମାଲିଙ୍ଗାଙ୍କୁ ପଛରେ ପକାଇଛନ୍ତି। ତୃତୀୟ ସ୍ଥାନରେ ନୁ୍ଜିଲାଣ୍ଡର ଟିମ ସାଉଦୀ (୯୯ୱିକେଟ) ଥିବା ବେଳେ  ୪ର୍ଥ ସ୍ଥାନରେ ରହିଛନ୍ତି ପାକିସ୍ତାନର ଶାହିଦ ଆଫ୍ରିଦୀ (୯୮ୱିକେଟ।

gpkandhamal

ସୂଚନାଯୋଗ୍ୟ ଟି-୨୦ ବିଶ୍ବକପର ୨ୟ ମ୍ୟାଚରେ ସ୍କଟଲାଣ୍ଡ ରବିବାର ବାଂଲାଦେଶକୁ ୬ ରନରେ ପରାସ୍ତ କରିଥିଲା। ଟସ ହାରି ସ୍କଟଲାଣ୍ଡ ୨୦ ଓଭରରେ ୯ଟି ୱିକେଟ ହରାଇ ୧୪୦ ରନ୍‌ ସଂଗ୍ରହ କରିଥିଲା। ଜବାବରେ ବାଂଲାଦେଶ ୨୦ ଓଭରରେ ୭ଟି ୱିକେଟ ହରାଇ ୧୩୪ ରନ୍‌ ସଂଗ୍ରହ କରିପାରିଥିଲା। 

Umasankar Adv
Leave A Reply

Your email address will not be published.