୨୩ ଘଣ୍ଟା ପରେ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ଫେରିଲା ଭିଜିଲାନ୍ସ ଟିମ୍‌

ଭୁବନେଶ୍ୱର,ଅକ୍ଟୋବର ୧୮ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଘନଘନ ଚାଲିଛି ଭିଜିଲାନ୍ସ ରେଡ୍ । ପ୍ରଦୀପଙ୍କ ଘର ସମେତ ତାଙ୍କ ସହଯୋଗୀ ଓ ସମ୍ପର୍କୀୟଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ତେବେ ୨୩ ଘଣ୍ଟା ପରେ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ଫେରିଛି ଭିଜିଲାନ୍ସ ଟିମ୍ । ଗତକାଲି ସକାଳ ୭ ଟାରୁ ଚାଲିଥିଲା ଏହି ରେଡ଼୍ ପରେ ଆଜି ଆଜି ସକାଳ ୬ଟାରେ ଚଢାଉ ସାରି ଫେରିଛି ଭିଜିଲାନ୍ସ ଟିମ୍ । କିଛି ଟଙ୍କା ସହ ଅଧିକ ପରିମାଣରେ ସୁନା ଗହଣା ମିଳିଥିବା ସୁଚନା ମିଳିଛି । 

gpkandhamal

ସୁଚନା ଅନୁସାରେ ଗତକାଲି ସକାଳ ୭ଟାରେ ଏକକାଳୀନ ୧୫ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେଏହି ଚଢ଼ାଉ କରିଛି ଭିଜିଲାନ୍ସ । ରେଡ୍ ବେଳେ ତାଙ୍କର ଜଣେ ସହଯୋଗୀଙ୍କ ଘରୁ ୨୦ ଲକ୍ଷ ଟଙ୍କା ଜବତ ହୋଇଛି । ପୂର୍ବରୁ ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ଡିସେମ୍ବର ୪ରେ ପ୍ରଦୀପଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ୬ଟି ମାମଲାରେ ହାଇକୋର୍ଟରୁ ଜାମିନ ପାଇବା ପରେ, ମେ ୧୨ରେ ଜେଲରୁ ବାହାରିଥିଲେ ପ୍ରଦୀପ । 

Umasankar Adv
Leave A Reply

Your email address will not be published.