ନୁଆପଡ଼ା ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡ଼ାକରା

ନୁଆପଡ଼ା ,ଅକ୍ଟୋବର ୧୮ : ୧୨ ଘଣ୍ଟିଆ ନୁଆପଡ଼ା ଜିଲ୍ଲା ଦେଇଛି ବନ୍ଦ ଡ଼ାକରା । ନୁଆପଡ଼ା ଜିଲ୍ଲା ଓବିସି ମଞ୍ଚ ଦେଇଛି ଏହି ବନ୍ଦ ଡ଼ାକରା । ପଛୁଆ ବର୍ଗଙ୍କ ସାମ୍ବିଧାନିକ ଅଧିକାର ଉଲ୍ଲଂଘନ ବିରୋଧରେ ବନ୍ଦ ଡ଼ାକରା ଦିଆଯାଇଛି । ସୁଚନା ଅନୁସାରେ ପଞ୍ଚାୟତ ନିର୍ବାଚନ ପାଇଁ ଚିଠା ସଂରକ୍ଷଣ ତାଲିକାରେ ପଛୁଆ ବର୍ଗଙ୍କୁ ଉପେକ୍ଷା କରାଯାଇଛି। 

ଏନେଇ ଜିଲ୍ଲାର ପଛୁଆ ବର୍ଗଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଗତ ୧୧ ତାରିଖରେ ପଛୁଆ ବର୍ଗର ନେତାମାନେ ଏକାଠି ହୋଇ ଜିଲ୍ଲାପାଳ ଅଫିସ ଘେରାଉ କରିବା ସହ ଏକ ଦାବିପତ୍ର ଜିଲ୍ଲାପାଳ ସ୍ବଧାଦେବ ସିଂହଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ ।  ସରକାର ଏହି ଡ୍ରାଫ୍ଟକୁ ସଂଶୋଧନ କରନ୍ତୁ ଏବଂ ପଛୁଆ ବର୍ଗଙ୍କୁ ସାମ୍ବିଧାନିକ ହକ୍ ଓ ଅଧିକାର ଦିଅନ୍ତୁ, ନଚେତ ତୀବ୍ର ବିରୋଧ ସହିତ ଆଗାମୀ ୧୮ତାରିଖରେ ନୂଆପଡ଼ା ବନ୍ଦ କରାଯିବ ବୋଲି ଚେତାବନୀ ମଧ୍ୟ ଦେଇଥିଲେ । 

Umasankar Adv
Leave A Reply

Your email address will not be published.