ଆସନ୍ତା ୨୬ରେ ଆଉ ଏକ ଘୂର୍ଣ୍ଣବଳୟ

ଭୁବନେଶ୍ୱର, ଅକ୍ଟୋବର ୧୯ : ଗତ ଦୁଇ ଦିନ ଧରି ନିମ୍ନଚାପ ରେଖା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ବଜ୍ରପାତ ଅନୁଭୁତ ହୋଇଥିବାବେଳେ ସୋମବାର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ସୂଚନା ଦିଆଯାଇଛି ଯେ ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡିଶା ଉପରେ ଏକ ନୂତନ ନିମ୍ନ ଚାପ ଅଞ୍ଚଳ ସୃଷ୍ଟି ହୋଇଛି। ଏହାର ପ୍ରବାହ ସମୁଦ୍ର ପତ୍ତନ ଠାରୁ ୫.୮ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ଏହାର ପ୍ରଭାବରେ ଆଜି ମୟୁରଭଞ୍ଜ,ବାଲେଶ୍ୱରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ୱାର୍ଣ୍ଣିି ଦିଆଯାଇଛି । ସେହିପରି ଭଦ୍ରକ, କେନ୍ଦ୍ରାପଡା, ଜଗତ୍ସିଂହପୁର, ସୁନ୍ଦରଗଡ, କେଉଁଝର, ଦେଓଗଡ, ଏବଂ ଯାଜପୁର ଜିଲ୍ଲା ଉପରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

gpkandhamal

ସେହିପରି ୨୦ ତାରିଖରେ ସୁନ୍ଦରଗଡ଼ , କେନ୍ଦୁଝର , ମୟୂରଭଞ୍ଜ ଏବଂ ବାଲେଶ୍ବର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ବାଲେଶ୍ଵର , ଭଦ୍ରକ , ଯାଜପୁର , କେନ୍ଦ୍ରାପଡ଼ା , କଟକ , ଜଗତ୍‌ସିଂହପୁର , ପୁରୀ , ଖୋର୍ଦ୍ଧା , ନୟାଗଡ଼ , ଗଞ୍ଜାମ , ଗଜପତି , ଝାରସୁଗୁଡ଼ା , ସୁନ୍ଦରଗଡ଼ , ଦେବଗଡ଼ , କେନ୍ଦୁଝର , ମୟୂରଭଞ୍ଜ , ସୁନ୍ଦରଗଡ଼ ଓ ଅନୁଗୋଳ ଜିଲ୍ଲାରେ ଘଡ଼ଘଡ଼ି ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୬ରେ ଉତ୍ତର ଓଡ଼ିଶା , ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ଏକ ଘୂର୍ଣ୍ଣବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଉତ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୨୮ ତାରିଖରେ ଉତ୍ତର ପଶ୍ଚିମ ଦିଗରୁ ବାୟୁ ପ୍ରବାହ ଆରମ୍ଭ ହେବ । ଏଥିଯୋଗୁ ରାତ୍ରିରେ ତାପମାତ୍ରା କମିବା ସହ ଶୀତର ଆଗମନ ହେବ ।

Umasankar Adv
Leave A Reply

Your email address will not be published.