ଶିକ୍ଷୟିତ୍ରୀ ନିଖୋଜ ଘଟଣା: ନିର୍ମାଣଧିନ ଷ୍ଟାଡିୟମକୁ ସିଲ୍ କଲା ପୋଲିସ, ଜେସିବିରେ ମାଟିଖୋଳା ଆରମ୍ଭ

ଭୁବନେଶ୍ୱର, ଅକ୍ଟୋବର ୧୯: କଳାହାଣ୍ଡି ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ନିଖୋଜ ଘଟଣାରେ ପୋଲିସକୁ ମିଳିଛି ବଡ ସୁରାଗ । ମହାଲିଙ୍ଗ ହାଇସ୍କୁଲ ସ୍ଥିତ ନିର୍ମାଣଧିନ ଷ୍ଟାଡିୟମକୁ ସିଲ୍ କରିଛି ପୋଲିସ । ଗତକାଲି ରାତିରୁ ଏହି ସିଲ୍ କରାଯାଇଥିଲାବେଳେ ଷ୍ଟାଡିୟମ ପରିସରରେ ୧ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଏହା ସହୁତ ଘଟଣା ସ୍ଥଳରେ ଗତକାଲି ରାତିରୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଅଛନ୍ତି । ଷ୍ଟାଡିୟମ ପରିଷରରେ ଜେସିବି ଲାଗଯାଇ ପୋଲିସ ଦ୍ୱାରା ମାଟିଖୋଳା ଆରମ୍ଭ ହେବ । ତେବେ ନିଖୋଜ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରି ପୋତି ଦିଆଯାଇଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ପୋଲିସର ବରିଷ୍ଠ ଅଧିକାରୀ ରହିଥିବାବେଳେ ସାଇଣ୍ଟିଫିକ୍ ଟିମ୍ ପହଁଞ୍ଚି ଘଟଣା ସ୍ଥଳ ଅନୁଧ୍ୟାନ କରୁଛନ୍ତି । ସୂଚନା ମୁତାବକ ସ୍ପଟ ଭେରିଫିକେସନ ପରେ ଖୋଦେଇ ଆରମ୍ଭ ହେବ । ଏହି ତଦନ୍ତ ଦାୟିତ୍ୱରେ ଥିବା ମାଜିଷ୍ଟ୍ରେଟ ମଧ୍ୟ ଘଟଣା ସ୍ଥଳରେ ପହଁଞ୍ଚି ସାରିଛନ୍ତି । ତେବେ ଦୁଇ ସପ୍ତାହ ଧରି ଶିକ୍ଷୟତ୍ରୀ ମମିତା ମେହେର ନିଖୋଜ ହେବ ପରେ ମଧ୍ୟ ପୋଲିସ କୌଣସି ସୁରାଗ ପାଇ ପାରୁନି । ସେପଟେ ସନ୍ଦେହ ଘେରରେ ଥିବା ଗୋବିନ୍ଦ ସାହୁ ପୋଲିସ କବଜାରୁ ଖସି ପଳାଇବା ପରେ ତାର ମଧ୍ୟ ପତ୍ତା ପାଉନି ପୋଲିସ । 

gpkandhamal

ତେବେ ପୋଲିସ ହାତରେ ଗୋବିନ୍ଦ ସାହୁଙ୍କର ଏକ କାର ଲାଗିଛି । ଏହି କାରରେ ଗୋବିନ୍ଦ ମମିତାଙ୍କୁ ନେଇ ଯାଇଥିଲେ । ପୋଲିସ ଏହି କାରକୁ ସିନ୍ଧେକେଲା ଥାନାରେ ଆଣି ରଖିଥିବାବେଳେ ସନ୍‌ସଇନ୍ କଲେଜର ପ୍ରନ୍ସିପାଲ ରଣଜିତ ସାହୁଙ୍କୁ କଳାହାଣ୍ଡି ଏସପି ପଚରାଉଚରା କରିଥିବା ବେଳେ ଏହା ସହିତ ଜଣେ ଯୁକ୍ତ ୩ର ଛାତ୍ରୀଙ୍କୁ ପୋଲିସ ପଚରାଉଚରା କରୁଥିବା ସୂଚନା ମିଳିଛି ।

Umasankar Adv
Leave A Reply

Your email address will not be published.