ଧାରଣାରେ ବସିଲେ କଂଗ୍ରେସ ବିଧାୟକ

ଜୟପୁର, ଅକ୍ଟୋବର ୧୯ : ରାଜସ୍ଥାନର ଯୋଧପୁରରେ ସୋମବାର ରାତି ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଶେରଗଡ଼ରୁ କଂଗ୍ରେସ ବିଧାୟକ ମୀନା କୱର ନିଜର ପତି ଉମ୍ମେଦ ସିଂହ ଚମ୍ପାୱତ ସହିତ ଧାରଣାରେ ବସିଛନ୍ତି। ଯୋଧପୁରର ରାତାନାଡା ଥାନାରେ ଏହି ଧାରଣା ଦିଆଯାଇଛି। ଧାରଣାର କାରଣ ହେଉଛି ପୋଲିସ ଚାଣାଣ କାଟିବାକୁ ନେଇ। କୁହାଯାଉଛି ଯେ, ଯେଉଁ ଯୁବକଙ୍କୁ ପୋଲିସ ଚାଲାଣ କାଟିଥିଲା, ସେ ବିଧାୟକଙ୍କ ସଂପର୍କୀୟ ଥିଲେ। ଏହାକୁ ବିରକ୍ତି ପ୍ରକାଶ କରି ବିଧାୟକ ଥାନାରେ ଧାରଣା ଦେବା ଆରମ୍ଭ କରିଥିଲେ।

ଅନ୍ୟପଟରେ ଯୋଧପୁର ପୋଲିସ କହିଛି ଯେ, ଯୁବକ ଜଣକ ମଦ ନିଶାରେ ଥାଇ ଗାଡ଼ି ଚଳାଉଥିଲେ। ମଦ ପିଇ ଗାଡ଼ି ଚଳାଇବା ଆଇନ ବିରୋଧୀ କାମ ଅଟେ। କିନ୍ତୁ ଯୁବକ ଜଣକ ନିଜର ରାଜନୈତିକ ସଂପର୍କ ଥିବା ପୋଲିସକୁ କହିଥିଲେ। କିନ୍ତୁ ପୋଲିସ ଏହାକୁ ଭୃକ୍ଷେପ ନକରି ଚାଲାଣ କାଟିଥିଲା। ଧାରଣାରତ ବିଧାୟକ ଯୁବକଙ୍କ ଭୁଲ ସ୍ବୀକାର କରୁ ନଥିଲେ। 

Umasankar Adv
Leave A Reply

Your email address will not be published.