ଆଜି ଏବଂ ଆସନ୍ତାକାଲି ରାଜ୍ୟରେ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର, ଅକ୍ଟୋବର ୧୯ : ମୁସଲିମ ପର୍ବ “ଇଦ୍-ମିଲାଦ” ଏବଂ ହିନ୍ଦୁ ମହୋତ୍ସବ “ଗଜଲକ୍ଷ୍ମି ପୂଜା” କୁ ଦୃଷ୍ଟିରେ ରଖି ଓଡିଶାରେ କାର୍ଯ୍ୟ କରୁଥିବା ବ୍ୟାଙ୍କ ଏବଂ ବ୍ୟାଙ୍କ ସଂସ୍ଥା ଆଜି (ମଙ୍ଗଳବାର) ଏବଂ ଆସନ୍ତାକାଲି (ବୁଧବାର) ବନ୍ଦ ରହିବ। ଓଡିଶା ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି। କେନ୍ଦ୍ର ସରକାରଙ୍କ ଅଧିନିୟମ ଅନୁଯାୟୀ ଦିଆଯାଇଥିବା କ୍ଷମତା ଅନୁଯାୟୀ ରାଜ୍ୟ ସରକାର ଏହି ବିଜ୍ଞପ୍ତି ଜାରି କରିଛନ୍ତି।

gpkandhamal

ଭାରତ ସରକାରଙ୍କ ବିଜ୍ଞପ୍ତି, ଗୃହ ବ୍ୟାପାର ମନ୍ତ୍ରଣାଳୟ ନିଷ୍ପତି ଅନୁଯାୟୀ ,ସ୍ପଷ୍ଟୀକରଣରେ ସ୍ପଷ୍ଟ ଭାବରେ ବ୍ୟାଖ୍ୟା କରାଯାଇଛି ଯେ, ଓଡ଼ିଶାରେ ଥିବା ବ୍ୟାଙ୍କ ଏବଂ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ୍ ସଂସ୍ଥା ଇତ୍ୟାଦି ୧୯ ଅକ୍ଟୋବର ୨୦୨୧ (ମଙ୍ଗଳବାର) ଏବଂ ୨୦ ଅକ୍ଟୋବର, ୨୦୨୧ (ବୁଧବାର) ରେ ବନ୍ଦ ରହିବ । ଯଥାକ୍ରମେ ଇଦ୍-ମିଲାଦ୍ ଏବଂ ଗଜଲକ୍ଷ୍ମୀ ପୂଜା ଅବସରରେ ଓଡ଼ିଶା ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଜାରି କରିଛନ୍ତି ।

Umasankar Adv
Leave A Reply

Your email address will not be published.