ଆଇଏଏସ୍ ଏବଂ ଓଏଏସ୍ ଅଫିସର ସ୍ତରରେ ଅଦଳବଦଳ

ଭୁବନେଶ୍ୱର, ଅକ୍ଟୋବର ୧୯ : ରାଜ୍ୟ ସରକାର ଆଇଏଏସ୍ ଏବଂ ଓଏଏସ୍ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି । ଏ ନେଇ ସୋମବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ବୈଷୟିକ ଶିକ୍ଷା ଏବଂ ଏସ୍‌ସିଇଆର୍‌ଟି ନିର୍ଦ୍ଦେଶକ ତଥା ମଧ୍ୟାହ୍ନ ଭୋଜନର ନୋଡାଲ ଅଫିସର ଥିବା ଆଇଏଏସ୍ ଅଧିକାରୀ ଗଙ୍ଗାଧର ସାହୁଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି ।

gpkandhamal

ସେହିପରି ପୂର୍ତ୍ତ ବିଭାଗର ଡେପୁଟି ସେକ୍ରେଟାରି ଥିବା ୨୦୧୫ ବ୍ୟାଚ ଆଇଏଏସ୍ ଅଫିସର ପାରୁଲ ପଟୱାରୀଙ୍କୁ ଜଗତ୍‌ସିଂହପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ସେହିପରି ଜଗତ୍‌ସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଖୋର୍ଦ୍ଧା ଜିଲାପାଳ ଭାବେ ବଦଳି କରାଯାଇଥିବା ବେଳେ ଖୋର୍ଦ୍ଧା ଜିଲାପାଳ ସନତ କୁମାର ମହାନ୍ତିଙ୍କୁ ବୈଷୟିକ ଶିକ୍ଷା ଓ ଏସ୍‌ସିଇଆର୍‌ଟି ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି ।

Umasankar Adv
Leave A Reply

Your email address will not be published.