ଭାରତୀୟ ଷ୍ଟେଟ ବ୍ୟାଙ୍କକୁ କୋଟିଏ ଟଙ୍କା ଜରିମାନା

ନୂଆଦିଲ୍ଲୀ, ଅକ୍ଟୋବର ୧୯ : ଭାରତୀୟ ରିଜର୍ଭ ବ୍ୟାଙ୍କକୁ ନିକଟରେ ୧ କୋଟି ଟଙ୍କା ଜରିମାନା ଆଦେଶ ହୋଇଛି। ରିଜର୍ଭ ବ୍ୟାଙ୍କ ତରଫରୁ ଏହି ଜରିମାନା ହୋଇଛି। ସେହିଭଳି ଷ୍ଟାଣ୍ଡାର୍ଡ ଚାର୍ଟେର୍ଡ ବ୍ୟାଙ୍କକୁ ମଧ୍ୟ ରିଜର୍ଭ ବ୍ୟାଙ୍କ ୧ କୋଟି ୯୫ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛି।  ବ୍ୟାଙ୍କିଙ୍ଗ୍‌ ନିୟମ ଠିକ ଭାବରେ ପାଳନ ହେଉଛି କି ନାହିଁ, ରିଜର୍ଭ ବ୍ୟାଙ୍କ ସବୁବେଳେ ଏହାରି ଉପରେ ନଜର ରଖିଥାଏ। ଯଦି କୌଣସି ବ୍ୟାଙ୍କ ନିୟମକୁ ସଠିକ ଭାବରେ ଲାଗୁ କରିବାରେ ବିଫଳ ହୋଇଥାଏ, ତା’ହେଲେ ଜରିମାନା ଦେବକୁ ପଡ଼ିଥାଏ। ବ୍ୟାଙ୍କିଙ୍ଗ ରେଗୁଲେଶନ ଆଇନ ୧୯୪୯ ବଳରେ ରିଜର୍ଭ ବ୍ୟାଙ୍କକୁ ଏହି ଅଧିକାର ଦିଆଯାଇଛି। ତେବେ ଭାରତର ସର୍ବବୃହତ୍ତ ବ୍ୟାଙ୍କକୁ ଏତେ ପରିମାଣରେ ଟଙ୍କା ଜରିମାନା ହେବା ଗ୍ରାହକମାନଙ୍କୁ ଆଶ୍ଚର୍ଯ୍ୟ କରିଛି। 

gpkandhamal

ରିଜର୍ଭ ବ୍ୟାଙ୍କ ଏକ ବୟାନରେ କହିଛି ଯେ, ଷ୍ଟାଣ୍ଡାର୍ଡ ଚାଟାର୍ଡ ବ୍ୟାଙ୍କ ଦ୍ବାରା ସାଇବର ସିକ୍ୟୁରିଟି ଫ୍ରେମୱାର୍କସ ଇନ ବ୍ୟାଙ୍କସ୍‌, କ୍ରେଡିଟ କାର୍ଡ ଅପରେଶନ୍ସ ଅଫ ବ୍ୟାଙ୍କସ ଓ କୋଡ ଅଫ କଣ୍ଡକ୍ଟ ଇନ ଆଉଟସୋର୍ସିଂ ଅଫ ଫାଇନାନସିଆଲ ସର୍ଭିସେଜ ବାଏ ବ୍ୟାଙ୍କ୍ସ ଭଳି ଗାଇଡଲାଇନ ଉଲ୍ଲଂଘନ କରାଯାଇଥିଲ। ଏଥି ପାଇଁ ଜରିମାନା ହୋଇଛି।

Umasankar Adv
Leave A Reply

Your email address will not be published.