ଆଜି କୁମାର ପୂର୍ଣ୍ଣିମା ଅବସରରେ ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ

ପୁରୀ ,ଅକ୍ଟୋବର ୨୦ : ଆଜି ହେଉଛି କୁମାର ପୂର୍ଣ୍ଣିମା ବା ଚାନ୍ଦ ପୁଜା । ତେବେ ଆଜି କୁମାର ପୁର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି ।  ମହାପ୍ରଭୁ ଆଜି ମହାଲକ୍ଷ୍ମୀଙ୍କ ସହିତ ଜୁଆ ଖେଳରେ ହାରିବେ ଏବଂ ପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀ ମାଧବ ସାତଦିନ ପର‌୍ୟ୍ୟନ୍ତ ଲକ୍ଷ୍ମୀ ମନ୍ଦିରରେ ବନ୍ଧା ରହିବେ । 

gpkandhamal

କୁମାର ପୁର୍ଣ୍ଣିମା ଅବସରରେ ଠାକୁରଙ୍କୁ ଦର୍ଶନ କରିବା ପାଇଁ ମଧ୍ୟ ମନ୍ଦିର ଭିଡ଼ ସୃଷ୍ଟି ହୋଇଛି କିନ୍ତୁ ଏହା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କାଲିଠାରୁ ମଧ୍ୟ କାର୍ତ୍ତିକ ବ୍ରତ ଆରମ୍ଭ ହେଉଥିବା ବେଳେ ଏହାକୁ ପାଳନ କରୁଥିବା ଭକ୍ତମାନେ ଆଜି ଠାକୁରଙ୍କ ନିକଟରେ ସଂକଳ୍ପ କରି ଆଜିଠାରୁ ଏହି ଦିନ ଆରମ୍ଭ କରିବେ । 

Umasankar Adv
Leave A Reply

Your email address will not be published.