ପରିବର୍ତ୍ତନ ହେବ ଫେସବୁକର ନାଁ

ନୂଆଦିଲ୍ଲୀ, ଅକ୍ଟୋବର ୨୦ : ଗତ ୧୭ ବର୍ଷ ଧରି ଫେସବୁକ ଗୋଟିଏ ନାମରେ ଜଣାଶୁଣା । ମାତ୍ର ବର୍ତ୍ତମାନ ଏହାର ରି-ବ୍ରାଣ୍ଡିଂ ପାଇଁ ପ୍ରସ୍ତୁତି ଚାଲିଛି । ସୂଚନା ଅନୁସାରେ, ଫେସବୁକର ନାଁ ପରିବର୍ତ୍ତନ ହେବାକୁ ଯାଉଛି ଏବଂ ଏହାର ଅଫିସିଆଲ ୍‌ଘୋଷାଣା ଖୁବ୍ ଶୀଘ୍ର ଫେସବୁକର ସିଇଓ ମାର୍କ ଜୁକରବର୍ଗ କରିବେ । ତେବେ ଆସନ୍ତା ସପ୍ତାହରେ ହିଁ ଫେସବୁକର ଏକ ଇଭେଣ୍ଟରେ ଏହି ନୂତନ ନାମ ଘୋଷଣା କରାଯାଇପାରେ ।  ଋିପୋର୍ଟ ଅନୁସାରେ, ଅକ୍ଟୋବର ୨୮ରେ ଏକ ଫେସବୁକ୍ ସମ୍ମିଳନୀ ଅନୁଷ୍ଠିତ ହୋବାକୁ ଯାଉଛି । ଯେଉଁଥିରେ ମାର୍କ ଜୁକରବର୍ଗ ଫେସବୁକର ନୀତନ ନାମ ଘୋଷଣା କରିବେ । ତେବେ ଫେସବୁକ ଆପ୍ ବ୍ୟତୀତ ଇନଷ୍ଟାଗ୍ରାମ, ହ୍ୱାଟସ ଆପ୍ ଓକୁଲମ୍ ଇତ୍ୟାଦି କମ୍ପାନୀର ଅନ୍ୟାନ୍ୟ ଉତ୍ପାଦନ ନାମ ବିଷୟରେ ମଧ୍ୟ ବଡ ଘୋଷଣା ହୋଇପାରେ । କିନ୍ତୁ ଏହି ରିପୋର୍ଟରେ ଫେସବୁକ୍ ଦ୍ୱାରା କୌଣସି ଅଫିସିଆଲ୍ ମନ୍ତବ୍ୟ ଦିଆଯାଇନାହିଁ । 

gpkandhamal

ଏହି ସପ୍ତାହ ଆରମ୍ଭରୁ, ଫେସବୁକ କହିଥିଲା ସେ ବର୍ତ୍ତମାନ ଏକ ମେଟାଭର୍ସ କମ୍ପାନୀ ହେବାକୁ ଯାଉଛି ଯେଉଁଥିପାଇଁ ସେ ୧୦,୦୦୦ ଲୋକଙ୍କୁ ନିଯୁକ୍ତ ଦେଇଛି ଏବଂ ଭବିଷ୍ୟତରେ ଅନ୍ୟାନ୍ୟ ନିଯୁକ୍ତି ମଧ୍ୟ ହେବ । ମେଟାଭର ଏକ ଭର୍ଚୁଆଲ୍ ଦୁନିଆକୁ ବୁଝାଏ ଯେଉଁଠାରେ ଲୋକମାନେ ଶାରୀରିକ ଭାବରେ ଉପସ୍ଥିତ ନହୋଇ ମଧ୍ୟ ଉପସ୍ଥିତ ରହିବେ । ମେଟାଭର୍ ଶଦ୍ଦ ଭର୍ଚୁଆଲ ରିୟାଲିଟି ଏବଂ ଆର୍ଗୁମେଣ୍ଟ ରିୟାଲିଟି ସହିତ ସମାନ ।

Umasankar Adv
Leave A Reply

Your email address will not be published.