ଟି-୨୦ ବିଶ୍ବକପ: ୱାର୍ମ-ଅପ ମ୍ୟାଚରେ ରେସିଙ୍କ ଆକର୍ଷଣୀୟ ଶତକ

ଆବୁଧାବୀ, ଅକ୍ଟୋବର ୨୧ : ଟି-୨୦ ବିଶ୍ବକପ ମ୍ୟାଚ ଖେଳିବା ପୂର୍ବରୁ ପାକିସ୍ତାନକୁ ନିଜର ୨ୟ ୱାର୍ମ-ଅପ ମ୍ୟାଚରେ ଦକ୍ଷିଣ ଆଫ୍ରିକା ହାତରୁ ୬ ୱିକେଟରେ ପରାସ୍ତ ହେବାକୁ ପଡ଼ିଛି। ପାକିସ୍ତାନ ୨୦ ଓଭରରେ ୬ ୱିକେଟ ହରାଇ ୧୮୬ ରନ କରିଥିଲା। କିନ୍ତୁ ରୋମାଂଚକର ମ୍ୟାଚରେ ଦକ୍ଷିଣ ଆଫ୍ରିକା ଶେଷ ବଲରେ ବିଜୟୀ ହୋଇଛି।  ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ ଭଲ ବ୍ୟାଟିଂ କରିଥିଲେ ଓ ମ୍ୟାଚକୁ ୬ ୱିକେଟରେ ଜିତିଛନ୍ତି। ଦକ୍ଷିଣ ଆଫ୍ରିକାର ଆଗଧାଡ଼ିର ବ୍ୟାଟ୍ସମ୍ୟାନକୁ ପାକିସ୍ତାନ ସହଜରେ ଆଉଟ କରିଦେଲା। କିନ୍ତୁ ଏହା ପରେ ରସୀ ୱାନ ଡର ଡୁସା ଆକର୍ଷଣୀୟ ବ୍ୟାଟିଂ କରିଥିଲେ ଏବଂ ସେ ୫୧ଟି ବଲ ଖେଳି ୧୦୧ ରନ ସଂଗ୍ରହ କରିଥିଲେ। ତେମ୍ବା ବାବୁମା ୪୨ଟି ବଲ ଖେଳି ୪୬ ରନ ସଂଗ୍ରହ କରିଥିଲେ। 

gpkandhamal

ପାକିସ୍ତାନର ଅଧିନାୟକ ବାବର ଆଜମ ଶେଷ ଓଭର ବୋଲିଂ କରିବାକୁ ହସନ ଅଲୀଙ୍କୁ କହିଥିଲେ। ଦକ୍ଷିଣ ଆଫ୍ରିକାକୁ ଶେଷ ଓଭରରେ ୧୯ ରନ ଦରକାର ଥିଲା। ମ୍ୟାଚ ଜିତିବା ପାଇଁ ଶେଷ ବଲରେ ୨ ରନ ଦରକାର ଥିଲା। ଡୁସା ଏକ ଆକର୍ଷଣୀୟ ଚୌକା ମାରି ନିଜର ଶତକ ପୂରା କରିବା ସହିତ ଦକ୍ଷିଣ ଆଫ୍ରିକାକୁ ବିଜୟୀ କରାଇଥିଲେ। ହାସନ ଅଲି ଶେଷ ଓଭରରେ ୨୨ ରନ ଖର୍ଚ୍ଚ କରିଥିଲେ। 

Umasankar Adv
Leave A Reply

Your email address will not be published.