ବେଧଡକ ଚାଲିଛି ଧଳାଜହର କାରବାର

ଜଳେଶ୍ୱର, ଅକ୍ଟୋବର ୨୨ : କରୋନା କାଳରେ ବେଧଡକ ଭାବେ ଚାଲିଛି ନିଶା ବେପାର । ଜଳେଶ୍ୱରରୁ ପୁଣଇ ବିପୁଳ ପରିମାଣର ଧଳାଜହର ଜବତ । ବସ୍ତା ଥାନା ବିଦ୍ୟାଧରପୁର ଗାଁରୁ ଏହି ବିପୁଳ ପରିମାଣର ଧଳାଜହର ଜବତ ହୋଇଛି । ତେବେ ଏହି ଘଟଣାରେ ୨ ବ୍ରାଉନସୁଗାର ବେପାରୀ ଗିରଫ ହୋଇଥିବା ବେଳେ ଜଣେ ଫେରାର ହୋଇଯାଇଥିବା ଜଣାପଡିଛି ।  ଜଳେଶ୍ୱର ପୋଲିସ ଓ ବସ୍ତା ଅବକାରୀ ବିଭାଗର ମିଳିତ ଚଢାଉରେ ଧଳାଜହର ଜବତ ହୋଇଛି । ସେପଟେ ପୋଲିସ ଗାଡିର କାଚ ଭାଙ୍ଗି ଅନ୍ୟ ଜଣେ ବେପାରୀକୁ ଛଡାଇ ନେଇଛନ୍ତି ପରିବାର ଲୋକେ । ଏହାସହିତ ଘଟଣାସ୍ଥଳରେ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । 

gpkandhamal

ଏଥିରେ କିଛି ପୋଲିସ କର୍ମଚାରୀ ଆହତ ମଧ୍ୟ ହୋଇଥିବା ଜଣାପଡିଛି । ତେବେ ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ପୁଳା ପୁଳା ଧଳାଜହର ଜବତ ହେବା ଘଟଣା ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

Umasankar Adv
Leave A Reply

Your email address will not be published.