ଆଜି ମୁଖ୍ୟମନ୍ତ୍ରୀଙ୍କ ମୟୁରଭଞ୍ଜ ଗସ୍ତ

ଭୁବନେଶ୍ୱର, ଅକ୍ଟୋବର ୨୨ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ମୟୂରଭଞ୍ଜ ଗସ୍ତରେ ଯାଇ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ଏଥ୍ ସହିତ ୨୪୮୪କୋଟି ୨୪ଲକ୍ଷ ୪୦ହଜାର ଟଙ୍କାର ୫୯୩ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ବୋଲି ଜଣାପଡ଼ିଛି । ସେଥିମଧ୍ୟରୁ ୨ହଜାର ୧୫୧କୋଟି ୯୫ଲକ୍ଷ ୮୯ହଜାର ଟଙ୍କାର ୪୦୫ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହା ସହିତ ୩୩୨କୋଟି ୨୮ଲକ୍ଷ ୫୧ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ୧୪୪ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ । ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । 

gpkandhamal

ଗସ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ପାଇଁ ଲାଇଭ୍ ଟେଲିକାଷ୍ଟ ମାଧ୍ୟମରେ ଜିଲାର ସମସ୍ତ ବ୍ଲକକୁ ସଂପ୍ରସାରିତ କରାଯିବ । ଏ ନେଇ ଜିଲା ସଦର ମହକୁମା , ବ୍ଲକ ଓ ସଭା କ୍ଲଷ୍ଟରରେ ଏଲ୍‌ଇଡି ସ୍କ୍ରିନ୍ ଟିଭି ସେଟ୍ , ବ୍ଲକସ୍ତରୀୟ ସମ୍ମିଳନୀ ସ୍ଥଳ , ହିତାଧିକାରୀମାନଙ୍କ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ହୋଇଛି । ସାଜସଜ୍ଜା,୪/୫ ଟି ପଞ୍ଚାୟତକୁ ନେଇ କ୍ଲଷ୍ଟରସ୍ତରୀୟ କେନ୍ଦ୍ର ଗୁଡ଼ିକରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏ ସଂକ୍ରାନ୍ତରେ ଏକ ପ୍ରସ୍ତୁତି ବୈଠକ ଜିଲାପାଳଙ୍କ କାର୍ଯ୍ୟଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲାପାଳ ବିନୀତ ଭରଦ୍ବାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ବୈଠକରେ ଆରକ୍ଷୀ ଅଧୀକ୍ଷକ କେ.ଆର , ଦ୍ୟାନଦେଓଙ୍କ ସମେତ ସମସ୍ତ ଜିଲାସ୍ତରୀୟ ଅଧିକାରୀ , ଉପ ଜିଲାପାଳ , ବିଡିଓ ଏବଂ ତହସିଲଦାରମାନେ ଅଂଶ ଗ୍ରହଣ କରିଥିଲେ ।

Umasankar Adv
Leave A Reply

Your email address will not be published.