ଟି-୨୦ ବିଶ୍ବକପ୍‌: ସେମିଫାଇନାଲରେ ପ୍ରବେଶ କରିବେ ଏହି ୪ଟି ଟିମ୍‌

ନୂଆଦିଲ୍ଲୀ, ଅକ୍ଟୋବର ୨୨ : ଟି-୨୦ ବିଶ୍ବକପ୍‌-୨୦୨୧ ୟୁଏଇ ଓ ଓନାମରେ ଜାରି ରହିଛି। ଏହି ବଡ଼ ଟୁର୍ଣ୍ଣାମେଣ୍ଟର ଟ୍ରଫି ଜିତିବା ପାଇଁ ଭାରତୀୟ ଟିମ୍‌ ହେଉଛି ଅନ୍ୟ ଦାବିଦାର। କିନ୍ତୁ ବିଶ୍ବରେ ଏଭଳି ଶକ୍ତିଶାଳୀ ଟିମ୍‌ ଅଛନ୍ତି, ଯେଉଁମାନେ ଭାରତର ସ୍ବପ୍ନକୁ ଚୁରମାର କରିବାର ଦକ୍ଷତା ରଖିଛନ୍ତି। ବିଶେଷ ଭାବରେ ସେମିଫାଇନାଲ ମୁକାବିଲାରେ ଯେକୌଣସି ଟିମ ଭାରତ ସହିତ କଡ଼ା ମୁକାବିଲା କରିପାରନ୍ତି। ଟି-୨୦ ବିଶ୍ବକପର ବଡ଼ ମୁକାବିଲା ଏବେ ବି ବାକି ଅଛି। କିନ୍ତୁ ରାଉଣ୍ଡ-୧ ଓ ୱାର୍ମ ଅପ ମୁକାବିଲାକୁ ଦେଖିଲେ ଜଣାପଡୁଛି ଯେ, ଚଳିତ ବର୍ଷ କେଉଁ ୪ଟି ଟିମ ସେମିଫାଇନାଲରେ ପହଂଚିପାରିବେ। ଟି-୨୦ ବିଶ୍ବକପରେ ଗୃପ-୧କୁ ଯଦି ଦେଖାଯିବ ଇଂଲଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ ୪ଟି ଶକ୍ତିଶାଳୀ ଟିମ ଅଛନ୍ତି। ବାଂଲାଦେଶ ମଧ୍ୟ ଏହି ଗୃପର ଅନ୍ୟତମ ଶକ୍ତିଶାଳୀ ଟିମ। କିନ୍ତୁ ଏହି ଗୃପର ସବୁଠାରୁ ଶକ୍ତିଶାଳୀ ଟିମ ହେଉଛନ୍ତି ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ। ଏହି ୨ଟି ମଧ୍ୟରେ ୨୦୧୬ରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା। 

gpkandhamal

ଦ୍ବିତୀୟ ଗୃପରେ ସେମିଫାଇନାଲ ପହଂଚିବାରେ ସବୁଠାରୁ ଶକ୍ତିଶାଳୀ ଟିମ ହେଉଛି ଭାରତ। ବିରାଟ କୋହଲିଙ୍କ ଟିମ ପାକିସ୍ତାନ ଓ ନୁ୍ଜିଲାଣ୍ଡ ସହିତ ହେବ। ପାକିସ୍ତାନ ସବୁବେଳେ ୟୁଏଇ ପଡ଼ିଆରେ ଭଲ ପ୍ରଦର୍ଶନ କରିଆସୁଛି। କିନ୍ତୁ ନ୍ୟୁଜିଲାଣ୍ଡ ୨ଟି ଅଭ୍ୟାସ ମ୍ୟାଚରେ ପରାସ୍ତ ହୋଇଛି। ତେଣୁ ଭାରତ ଓ ପାକିସ୍ତାନ ମଧ୍ୟରେ ସେମିଫାଇନାଲ ମ୍ୟାଚ ଖେଳାଯିବାର ଆଶା କରାଯାଉଛି।   

Umasankar Adv
Leave A Reply

Your email address will not be published.