ଦୁର୍ଗା ପୂଜା ମଣ୍ଡପରେ କୁରାନ ରଖିଥିବା ବ୍ୟକ୍ତି ଗିରଫ

ଢାକା, ଅକ୍ଟୋବର ୨୨ : ବାଂଲାଦେଶର କୋମିଲ୍ଲାରେ ଦୁର୍ଗା ପୂଜା ମଣ୍ଡପରେ ପବିତ୍ର ଗ୍ରନ୍ଥ କୁରାନ ରଖିଥିବା ସନ୍ଦିଗ୍ଧ ବ୍ୟକ୍ତିକୁ ଗୁରୁବାର ବିଳମ୍ବିତ ରାତି ପୋଲିସ ଗିରଫ କରିଛି। ସନ୍ଦିଗ୍ଧ ଅଭିଯୁକ୍ତଙ୍କ ନାମ ଇକବାଲ ହୁସେନ। ସିସିଟିଭ ଫୁଟେଜରେ ଇକବାଲ ଦୁର୍ଗା ପୂଜା ମଣ୍ଡପରେ କୁରାନ ରଖିଥିବା ଦେଖାଯାଇଥିଲା। କୋମିଲ୍ଲାର ଏସ୍‌ପି ଫାରୁକ ଅହମଦ କହିଛନ୍ତି ଯେ, କୋକ୍ସ ବଜାରରେ ଦୁର୍ଗା ପୂଜା ମଣ୍ଡପରେ କୁରାନ ରଖିଥିବା ବ୍ୟକ୍ତି ଇକାବାଲକୁ ଗୁରୁବାର ରାତି ୧୦ଟା ୧୦ ମିନିଟରେ ଗିରଫ କରାଯାଇଛି।  ବୁଧବାର ସିସିଟିଭି ଫୁଟେଜ ତଦନ୍ତ କରାଯିବା ସମୟରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଭାବେ ଇକବାଲକୁ ଚିହ୍ନଟ କରିଥିଲା। ତାର ପରିବାରର ଯୁକ୍ତି ଯେ, ଇକବାଲ ଜଣେ ମାନସିକ ରୋଗୀ। ତାର ମାନସିକ ଅବସ୍ଥା ଠିକ ନାହିଁ। ଫଳେରେ ସେ ଭୁଲ ବଶତଃ ଦୁର୍ଗା ପୂଜା ମଣ୍ଡପରେ କୁରାନ ରଖି ଥାଇପାରେ। 

ଏହାରି ମଧ୍ୟରେ ଏକ ନୂଆ ସିସିଟିଭି ଫୁଟେଜ ସ୍ଥାନୀୟ ମିଡିଆରେ ଦେଖାଯାଉଛି, ଯେଉଁଥିରେ କି ଇକବାଲ ଘଟଣା କରିବା ଦିନ ରାତିରେ ଲୋକେ ଏକତ୍ର ହୋଇ ମସଜିଦରେ ବୈଠକ କରୁଛନ୍ତି। ସିସିଟିଭି ଫଟେଜ ଅନୁସାରେ ଅକ୍ଟୋବର ୧୨ ତାରିଖ ରାତି ୧୧ଟାରେ ହାଫିଜ କୁମାୟୁ ନାମରେ ଜଣେ ବ୍ୟକ୍ତି କୁରାନ ରଖୁଥିବା ଦେଖାଯାଇଥିଲା। ସେହି ସମୟରେ ଇକବାଲ ମସଜିରୁ ବାହାରକୁ ଆସୁଥିବା ଦେଖାଯାଇଥିଲା। ସିସିଟିଭି ଫ‌ୁଟେଜରୁ ଇକବାଲକୁ ଚିହ୍ନଟ କରାଯାଇଥିଲା।

Umasankar Adv
Leave A Reply

Your email address will not be published.