ମୟୂରଭଞ୍ଜ ଗସ୍ତରେ ଯାଇ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମୟୂରଭଞ୍ଜ, ଅକ୍ଟୋବର ୨୨ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୟୂରଭଞ୍ଜ ଗସ୍ତରେ ଯାଇ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ ଜିଲ୍ଲାର ବିକାଶର । ଆଜି ମୟୁରଭଞ୍ଜ ଜିଲ୍ଲାରେ ଦୁଇ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଆରମ୍ଭ କରାଯାଇଛି । ଏହି କାର୍ଡ ଲୋକଙ୍କ ଜୀବନ ଧାରାରେ ବଡ ପରିବର୍ତ୍ତନ ଆଣିବ । ଏହି ଯୋଜନାରେ ମୟୁରଭଞ୍ଜ ଜିଲ୍ଲାର ୨୧ ଲକ୍ଷ ଲୋକେ ଏହି କାର୍ଡ ମାଧ୍ୟମରେ ସୁବିଧା ପାଇବେ । ଦେଶର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଏକ ମାଇଲ ଷ୍ଟୋନ୍ । ଏହି ସମୟରେ ୨୪୮୪କୋଟି ୨୪ଲକ୍ଷ ୪୦ହଜାର ଟଙ୍କାର ୫୯୩ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି । 

gpkandhamal

ଗସ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ପାଇଁ ଲାଇଭ୍ ଟେଲିକାଷ୍ଟ ମାଧ୍ୟମରେ ଜିଲାର ସମସ୍ତ ବ୍ଲକକୁ ସଂପ୍ରସାରିତ କରାଯାଇଥିଲା । ଏ ନେଇ ଜିଲା ସଦର ମହକୁମା , ବ୍ଲକ ଓ ସଭା କ୍ଲଷ୍ଟରରେ ଏଲ୍‌ଇଡି ସ୍କ୍ରିନ୍ ଟିଭି ସେଟ୍ , ବ୍ଲକସ୍ତରୀୟ ସମ୍ମିଳନୀ ସ୍ଥଳ , ହିତାଧିକାରୀମାନଙ୍କ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ହୋଇଥିଲା । ସାଜସଜ୍ଜା,୪/୫ ଟି ପଞ୍ଚାୟତକୁ ନେଇ କ୍ଲଷ୍ଟରସ୍ତରୀୟ କେନ୍ଦ୍ର ଗୁଡ଼ିକରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Umasankar Adv
Leave A Reply

Your email address will not be published.