ରାମ ମନ୍ଦିର ନିର୍ମାଣ କାମ ୨୦୨୩ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ

ଅଯୋଧ୍ୟା, ଅକ୍ଟୋବର ୨୩ : ସୁପ୍ରିମକୋଟଙ୍କ ଅଯୋଧ୍ୟା ବିବାଦ ଉପରେ ଆସିଥିବା ରାୟ ପରେ ନିର୍ମାଣାଧୀନ ରାମ ମନ୍ଦିର ଉପରେ ସମସ୍ତଙ୍କ ନଜର ରହିଛି। ଭଗବାନ ରାମଙ୍କ ଭକ୍ତ ଚାହୁଁଛନ୍ତି ଯେ, ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଶୀଘ୍ର ଶେଷ ହେଲେ ଭଲ। ଏହା ଦ୍ବାରା ରାମଲଲାଙ୍କ ଦର୍ଶନ ଶୀଘ୍ର ମିଳିପାରିବ। ଦୈନିକ ଏକ ଲକ୍ଷ ଶ୍ରଦ୍ଧାଳୁ ଦର୍ଶନ କରିବେ। ରାମନବମୀ ଦିନ ୫ରୁ ୭ ଲକ୍ଷ ଲୋକ ଦର୍ଶନ କରିବେ। ଏହି ହିସାବରେ ୧ ସେକେଣ୍ଡରେ ୭ ଜଣ ଲୋକ ଦର୍ଶନ କରିବେ। ପୂରା ଅଯୋଧ୍ୟାରେ ସ୍କ୍ରିନ ଲଗାଯିବ। ଲୋକଙ୍କୁ ସ୍କ୍ରିନ ଜରିଆରେ ମଧ୍ୟ ରାମଲଲାଙ୍କ ଦର୍ଶନ ମିଳିପାରିବ।  ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଶ୍ରଦ୍ଧାଳୁମାନେ ରାମ ମନ୍ଦିରରେ ଦର୍ଶନ କରିପାରିବେ। ଏଥି ସହିତ ସେ ଏହା କହିଛନ୍ତି ଯେ, କେତେବର୍ଷ ପର୍ଯ୍ୟନ୍ତ ରାମମନ୍ଦିରର କୌଣସି କ୍ଷତି ହୋଇପାରିବ ନାହିଁ। 

gpkandhamal

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବତନ ମୁଖ୍ୟ ସଚିବ ଓ ରାମ ମନ୍ଦିର ନିର୍ମାଣ ଟ୍ରଷ୍ଟର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା କହିଛନ୍ତି ଯେ, ୨୦୨୩ ଡିସେମ୍ବର ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କୁ ରାମ ମନ୍ଦିର ଦର୍ଶନ କରିବାକୁ ସୁଯୋଗ ମିଳବ। ଏହାକୁ ଲକ୍ଷ୍ୟ ରଖି ମନ୍ଦିର ନିର୍ମାଣ କାମ ଜାରି ରହିଛି।  ରାମ ମନ୍ଦିର ନିର୍ମାଣ ସମୟରେ ଷ୍ଟିଲର ବ୍ୟବହାର ହେବ ନାହିଁ। ଏଥି ସହିତ ବହୁତ କମ ପରିମାଣରେ ସିମେଣ୍ଟକୁ ମଧ୍ୟ ବ୍ୟବହାର କରାଯିବ। ସିମେଣ୍ଟକୁ ୨୦ ପ୍ରତିଶତରୁ ମଧ୍ୟ କମ ବ୍ୟବହାର କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଅନ୍ୟ କ୍ୟାମିକାଲ ଓ ମାଟି ନିଆଯାଇଛି। ଆମେ ରାମ ମନ୍ଦିର ୧୦୦୦ ବର୍ଷ ପର୍ଯ୍ୟନ୍ତ ରଖିବାକୁ ଯୋଜନା ପ୍ରସ୍ତୁତ କରିଛୁ। 

Umasankar Adv
Leave A Reply

Your email address will not be published.