ଭାରତୀୟ ରେଳରେ ମିଳିପାରେ ପୁଣି ଏହି ସୁବିଧା

ନୂଆଦିଲ୍ଲୀ, ଅକ୍ଟୋବର ୨୩ : ଭାରତୀୟ ରେଳବାଇ ସବୁବେଳେ ଯାତ୍ରୀଙ୍କ ସୁବିଧାକୁ ଗୁରୁତ୍ବ ଦେଇଆସୁଛି। ଏହି କ୍ରମରେ ଖାଦ୍ୟ-ପେୟ ମଧ୍ୟ ସାମିଲ ରହିଛି। କିନ୍ତୁ କୋଭିଡ-୧୯ ସମୟରେ ଟ୍ରେନରେ ଯାତ୍ରୀମାନଙ୍କୁ କିଛି ସୁବିଧା ପାଇପାରୁ ନାହାନ୍ତି। ଏହା ଆଗାମୀ ଦିନରେ ପୁଣି ଥରେ ସ୍ବାଭାବିକ ହୋଇପାରେ। 

gpkandhamal

ଆଇଆରସିଟିସି ସୂତ୍ରରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆସନ୍ତା ବୈଠକରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିପାରନ୍ତି। ଯଦି ଏହି ବୈଠକର ଆୟୋଜନ ହୁଏ, ତା’ହେଲେ ଟ୍ରେନ କ୍ୟାଟିରିଂ ଓ ଯାତ୍ରୀମାନଙ୍କୁ ଅନ୍ୟାନ୍ୟ ସୁବିଧା ମିଳିବା ନେଇ ଚର୍ଚ୍ଚା ହୋଇପାରେ। ସୂଚନାଯୋଗ୍ୟ, ୨୦୨୦ ମାର୍ଚ୍ଚ ମାସ ୨୨ ତାରିଖରେ କୋଭିଡ ଯୋଗୁଁ ସମସ୍ତ ଯାତ୍ରୀବାହୀ ଟ୍ରେନ୍‌ ସେବା ସଂପୂର୍ଣ୍ଣ ବନ୍ଦ ହୋଇଥିଲା। ଏହା ପରେ ଧୀରେ ଧୀରେ ପର୍ଯ୍ୟାୟକ୍ରମେ ଟେନ ଗୁଡ଼ିକ ଚାଲୁଛି। କିନ୍ତୁ ଏବେ ବି କ୍ୟାଟିରିଂ ସେବା ଆରମ୍ଭ ହୋଇପାରି ନାହିଁ। 

Umasankar Adv
Leave A Reply

Your email address will not be published.