କୋଟିପତି ଗଞ୍ଜେଇ ବେପାରୀ ଗିରଫ

ଗଞ୍ଜାମ, ଅକ୍ଟୋବର ୨୩ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରୁ ଗିରଫ ହୋଇଥିବା କୋଟିପତି ରଜନୀକାନ୍ତ ପଟ୍ଟନାୟକଙ୍କୁ ୪ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ । ଏନେଇ ଖଲ୍ଲିକୋର୍ଟ ଏଡିଜେ କୋର୍ଟରେ ୪ ଦିନିଆ ରିମାଣ୍ଡରେ ନେବାକୁ ପୋଲିସ ଆବେଦନ କରିଛି । ରିମାଣ୍ଡରେ ନେଇ ତାକୁ ଅଧିକ ପଚରାଉଚରା କରିବ ପୋଲିସ । ତେବେ ସେ କେତେଦିନ ଧରି ବେପାର ଚଳାଇଥିଲେ । ଏତେ ଟଙ୍କା ଓସୁନା କେଉଁଠୁ ଆଣିଲା ସେସବୁର ଖୋଲତାଡ କରିବ ପୋଲିସ ।  କନ୍ଧମାଳ ଓ ଗଜପତି ଜିଲ୍ଲାରୁ ସେ ବିପୁଳ ପରିମାଣର ଗଞ୍ଜେଇ ଆଣି ଗୁଜୁରାଟକୁ ଚାଲାଣ କରୁଥିଲା । ଖଲ୍ଲିକୋଟ ପୋଲିସ ଓ ଭେଜିପୁଟ ଫାଣ୍ଡି ପୋଲିସ ଶୁକ୍ରବାର ଖଜାପଲ୍ଲୀରେ ଥିବା ରଜନୀକାନ୍ତ ଘରେ ଚଢାଉ କରି ସାଢେ ୮ କେଜି ସୁନା ଓ ୭୫ ଲକ୍ଷ ଟଙ୍କା ଜବତ ହୋଇଛି । ଏଥିସହ ବିପୁଳ ପରିମାଣର ଗଞ୍ଜେଇ ଓ ଅଫିମ ଜବତ ହୋଇଥିଲା ।  

gpkandhamal

ସୂଚନା ଅନୁସାରେ, ରଜନୀକାନ୍ତ ବହୁ ଦିନ ଧରି ଗଞ୍ଜେଇ କାରବାର କରୁଥିଲା । ନିସା ବେପାରୀରୁ ସେ ପ୍ରାୟ ୧୨ କୋଟି ଟଙ୍କାର ସମ୍ପତ୍ତି କମାଇଛି । ୧୦ ବର୍ଷ ପୂର୍ବରୁ ସେ ଗଞ୍ଜେଇ ଚାଲାଣ ମାମଲାରେ ଗିରଫ ହୋଇଥିଲା । ନିଜ ସ୍କୁଟି ସାହାଯ୍ୟରେ ଏହି ଗଞ୍ଜେଇ ଚାଲାଣ କରୁଥିବା ନେଇ ପୋଲିସ ଖବର ପାଇଥିଲା । ପରେ ଏନେଇ ଖଲ୍ଲିକୋଟ ପୋଲିସ ଅତର୍କିତ ଭାବେ ରଜନୀକାନ୍ତଙ୍କ ଘରେ ଚଢଉ କରିଥିଲେ । 

Umasankar Adv
Leave A Reply

Your email address will not be published.