ମମିତା ମର୍ଡର ମିଷ୍ଟ୍ରି

କଳାହାଣ୍ଡି, ଅକ୍ଟୋବର ୨୩ : କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଅଭିଯୁକ୍ତ ଗୋବିନ୍ଦ ସାହୁ ଧରାପଡିଛି । ପୋଲିସ ଏବେ ଗୋବିନ୍ଦ ସାହୁଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରୁଛି । ଏବେ ମମିତା ହତ୍ୟା ଘଟଣାରେ ଚର୍ଚ୍ଚାକୁ ଆସିଛି ରୁମ୍ ନମ୍ବର ୨୦ । ଯୁକ୍ତ ୩ ଲେଡିଜ୍ ହଷ୍ଟେଲର ରୁମ୍ ନମ୍ବର ୨୦ରେ ଭିନ୍ନ ତାଲା ପଡିଛି । ହଷ୍ଟେଲ ତମାମ ସବୁ ରୁମରେ ଗୋଟିଏ ପ୍ରକାର ତାଲା ପଡିଛି ।  ମାତ୍ର ଚର୍ଚ୍ଚାରେ ଥିବା ରୁମ୍ ନମ୍ବର ୨୦ରେ ଅଲଗା ତାଲା ପଡିଛି । ଅନ୍ୟପଟେ ପୋଲିସ କାହିଁକି ରୁମ୍ ନମ୍ବର ୨୦ ତଲାସୀ କରୁନି ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି । ରୁମ ନମ୍ବର ୨୦ରେ ଅନ୍ତେବାସୀଙ୍କୁ ପଚରାଉଚରା ଜାରି ରହିଛି ମାତ୍ର ଏହାର କୌଣସି ତଲାସୀ ହୋଇନାହିଁ । 

gpkandhamal

ଅନ୍ୟପଟେ ମହିଳା କମିଶନଙ୍କୁ ଭେଟିବା ପରେ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମମିତାଙ୍କ ବାପା । ସେ କହିଛନ୍ତି ଯେ, ଘଟଣାରେ ସମ୍ପୃକ୍ତ ସବୁ ଅଭିଯକ୍ତଙ୍କୁ ଗିରଫ ପାଇଁ ମଧ୍ୟ ଦାବି କରିଛନ୍ତି । ସେହିପରି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଫାଶୀଦଣ୍ଡ ଦିଆଯାଉ ବୋଲି ମମିତାଙ୍କ ବାପା ଦାବି କରିଛନ୍ତି । 

Umasankar Adv
Leave A Reply

Your email address will not be published.