ଓଡିଶା ସାମ୍ବାଦିକ ସଂଘ କନ୍ଧମାଳ ଶାଖାର ସାଧାରଣ ପରିଷଦ ବୈଠକ

ଫୁଲବାଣୀ : ଓଡିଶା ସାମ୍ବାଦିକ ସଂଘ କନ୍ଧମାଳ ଶାଖାର ସାଧାରଣ ପରିଷଦ ବୈଠକ ଫୁଲବାଣୀ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକକୁ ଫୁଲବାଣୀ ବିଧାୟକ ଅଙ୍ଗଦ କଂହର ମୁଖ୍ୟ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ! ବୈଠକରେ ଜିଲ୍ଲା ସଭାପତି ରାଧାମୋହନ ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ ଶଶୀ ଭୂଷଣ ପ୍ରହରାଜ, ଏବଂ ରାଜ୍ୟ କୋଷାଧ୍ୟକ୍ଷ ଅରୁଣ କୁମାର ଶଢଙ୍ଗୀ ଯୋଗଦେଇଥିଲେ।ଜିଲ୍ଲା ସମ୍ପାଦକ ପ୍ରିୟବ୍ରତ ସାହୁ ଏଥିରେ ଅତିଥିଙ୍କୁ ସ୍ୱାଗତ ଜଣାଇବା ସହ ଆସନ ଅଳକୃତ ପାଇଁ ଅତିଥିଙ୍କୁ ନିମନ୍ତ୍ରଣ କରିଥିଲେ।ଏହା ପରେ ସଭାପତି ରାଧାମୋହନ ମହାପାତ୍ର ମୁଖ୍ୟ ଅତିଥି,ସମ୍ମାନିତ ଅତିଥି, ଏବଂ ସଂଘର ଉପସ୍ଥିତ ସଭ୍ୟଙ୍କୁ ଶୁଭେଚ୍ଛା ଦେବା ସହ ସଂଘର ପରିଚାଳନା ସମ୍ପର୍କରେ ସମ୍ୟକ ଦୃଷ୍ଟି ଦେଇଥିଲେ।ରାଜ୍ୟ ସମ୍ପାଦକ ଶଶୀ ଭୂଷଣ ପ୍ରହରାଜ ଏବଂ କୋଷାଧ୍ୟକ୍ଷ ଅରୁଣ କୁମାର ଶଢଙ୍ଗୀ ସାମ୍ବାଦିକଙ୍କ ସୁରକ୍ଷା ଓ ସରକାରଙ୍କ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା କରଣ ସହ ସରକାରଙ୍କ ବିଭିନ୍ନ ଯୋଜନାରେ ସାମ୍ବାଦିକ ଙ୍କୁ କିଭଳି ଅନ୍ତର୍ଭୁକ୍ତ କରି ସହାୟତା ଯୋଗାଇଦିଆଯାଇପାରିବ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।ଆଉ ମୁଖ୍ୟ ଅତିଥି ବିଧାୟକ ଅଙ୍ଗଦ କଂହର କନ୍ଧମାଳ ଜିଲ୍ଲାର ବିକାଶରେ ସାମ୍ବାଦିକଙ୍କର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ ରହିଅଛି।ଏଣୁ ସାମ୍ବାଦିକ ମାନଙ୍କ କାର୍ଯ୍ୟକୁ ସେ ଭୂୟସୀ ପ୍ରଶଂସା କରିଥିଲେ।ତେବେ ଉକ୍ତ ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଓଡିଶା ସାମ୍ବାଦିକ ସଂଘର ସଦସ୍ୟ ମାନେ ଯୋଗଦେଇଥିବା ବେଳେ ଶେଷରେ ଜିଲ୍ଲା କୋଷାଧ୍ୟକ୍ଷ ବଟକୃଷ୍ଣ ଦାସ ଅତିଥି, ସମ୍ମାନିତ ଅତିଥି ଓ ସଭିଙ୍କୁ ଧନ୍ୟବାଦ ଜଣାଇଥିଲେ।

Leave A Reply

Your email address will not be published.