ଲଖୀମପୁର ହିଂସା ମାମଲା: ପୋଲିସ ରିମାଣ୍ଡ ମଧ୍ୟରେ ଅଭିଯୁକ୍ତ ଆଶୀଷ ମିଶ୍ରାଙ୍କୁ ଡେଙ୍ଗୁ

ଲଖୀମପୁର, ଅକ୍ଟୋବର ୨୪ : ଉତ୍ତର ପ୍ରଦେଶର ଲଖୀମପୁର ହିଂସା ମାମଲାର ଅଭିଯୁକ୍ତ ପୋଲିସ ହେପାଜତରେ ଥିବା ମୁଖ୍ୟ ଅଭିଯୁକ୍ତ ଆଶୀଷ ମିଶ୍ରାଙ୍କ ସ୍ବାସ୍ଥ୍ୟ ବିଗିଡିଛି। ତାଙ୍କୁ ଜେଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ପୋଲିସ ରିମାଣ୍ଡ ଶେଷ ହେବା ପୂର୍ବରୁ ଆଶୀଷ ମିଶ୍ରାଙ୍କୁ ଜେଲ ନିଆଯାଇଛି। ଅଭିଯୁକ୍ତ ଆଶୀଷ ମିଶ୍ରା ଡେଙ୍ଗୁରେ ପୀଡିତ ଅଛନ୍ତି। ତେଣୁ ତାଙ୍କୁ ଜେଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

gpkandhamal

ଜେଲର ଜଣେ ବରିଷ୍ଠ ଅଧିକାରୀ ଶନିବାର କହିଛନ୍ତି ଯେ, ଆଶୀଷ ମିଶ୍ରାଙ୍କୁ ଡେଙ୍ଗୁ ହୋଇଛି କି ନାହିଁ, ତାହା ସ୍ପଷ୍ଟ କରିବାକୁ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଲଖୀମପୁର ଖେରୀ ଜିଲ୍ଲା ଜେଲର ଅଧୀକ୍ଷକ ପିପି ସିଂହ ଜାତୀୟ ଗଣମାଧ୍ୟମ ସଂସ୍ଥାକୁ କହିଛନ୍ତି, ଆଶୀଷ ମିଶ୍ରା ଡେଙ୍ଗୁରେ ପୀଡିତ କି ନୁହଁ, ତାହା ସ୍ପଷ୍ଟ ହୋଇପାରି ନାହିଁ। ଶୁକ୍ରବାର ତାଙ୍କର ନମୁନା ପଠାଯାଇଛି। ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ।  ଏହା ପୂର୍ବରୁ ଲଖୀମପୁରରେ ଚାଷୀଙ୍କୁ ଗାଡ଼ି ଚଢ଼ାଇବା ଅଭିଯୋଗରେ ଆଶୀଷ ମିଶ୍ରାଙ୍କ ସମେତ ମୋଟ ୪ ଜଣ ଅଭିଯୁକ୍ତଙ୍କୁ କୋର୍ଟ ୨ ଦିନିଆ ପୋଲିସ ରିମାଣ୍ଡରେ ପଠାଇଥିଲେ। 

Umasankar Adv
Leave A Reply

Your email address will not be published.