ଉତ୍ତରାଖଣ୍ଡ ପ୍ରାକୃତିକ ବିପର୍ଯ୍ୟୟଜନିତ ଅଘଟଣ: ମୃତ୍ୟୁ ସଂଖ୍ୟା ୭୨କୁ ବୃଦ୍ଧି

ନୂଆଦିଲ୍ଲୀ, ଅକ୍ଟୋବର ୨୫: ଉତ୍ତରାଖଣ୍ଡରେ ଗତ ସପ୍ତାହରେ ଦେଖାଯାଇଥିବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ୭୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ବର୍ଷା, ବନ୍ୟା ଓ ଭୂସ୍ଖଳରେ ରାଜ୍ୟର ବହୁ କ୍ଷତି ହୋଇଛି। ସୂଚନାଯୋଗ୍ୟ ଉତ୍ତରାଖଣ୍ତରେ ଗତ ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇଥିଲା। ରାଜ୍ୟ ସରକାରଙ୍କ ରିପୋର୍ଟ ଅନୁସାରେ ଏପର୍ଯ୍ୟନ୍ତ ୪ ଜଣ ଲୋକ ନିଖୋଜ ଅଛନ୍ତି। ପ୍ରାକୃତିକ ବିପର୍ଯ୍ୟୟରେ ୨୨୪ଟି ଘର ଭାଙ୍ଗିଛି ଅଥବା କ୍ଷତି ପହଂଚାଇଛି।  ପ୍ରବଳ ବର୍ଷା ଓ ଭୂସ୍ଖଳନକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ଗତ ୧୭ ଓ ୧୮ ତାରିଖ  ଚାରିଧାମ ଯାତ୍ରା ସ୍ଥଗିତ ରଖିଥିଲେ। ରାଜ୍ୟରେ ଲଗାତାର ଭାବରେ ପ୍ରବଳ ବର୍ଷା ଜାରି ରହିଥିବାରୁ ସରକାର ଏଭଳି ପଦକ୍ଷେପ ନେଇଥିଲେ। ପ୍ରବଳ ବର୍ଷା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସାମ୍ନା କରିଥିଲେ। 

gpkandhamal

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ରେକର୍ଡ କରାଯାଇଥିବା ବେଳେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଅକ୍ଟୋବରରେ ହୋଇଥିବା ବର୍ଷା ୬୦ ବର୍ଷର ରେକର୍ଡ ଅତିକ୍ରମ କରିଥିଲା। ୧୯୬୦ ମସିହା ପରେ ଦିଲ୍ଲୀରେ ଚଳିତ ମାସ ଭଳି ବର୍ଷା ହୋଇ ନଥିଲା। କିନ୍ତୁ ଏଥର ୯୩.୪ ମିମି ବର୍ଷା ରେକର୍ଡ କରାଯାଇଥିଲା। ଭାରତୀୟ ପାଣିପାଗ ବିଭାଗ ଅନୁସାରେ ୧୯୧୦ ଅକ୍ଟୋବରରେ ଦିଲ୍ଲୀରେ ୧୮୫.୯ ମିମି ବର୍ଷା ରେକର୍ଡ କରାଯାଇଥିଲା। ୧୯୫୪ରେ ୨୩୮.୨ମିମି, ୧୯୫୬ରେ ୨୩୬.୨ ଓ ୧୯୬୦ରେ ୯୩.୪ମିମି ବର୍ଷା ରେକର୍ଡ କରାଯାଇଥିଲା। ସେହିପରି ୨୦୦୪ ଅକ୍ଟୋବରରେ ୮୯ମିମି ବର୍ଷା ହୋଇଥିଲା।

Umasankar Adv
Leave A Reply

Your email address will not be published.