ଜେଲ୍ ଗଲା ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ

ବଲାଙ୍ଗୀର, ଅକ୍ଟୋବର ୨୪ : ବହୁ ଚର୍ଚ୍ଚିତ ଘରୋଇ ସ୍କୁଲ୍ ଅଧ୍ୟକ୍ଷ ମମିତା ମେହେର ହତ୍ୟାକାଣ୍ଡରେ ରିମାଣ୍ଡ ସରିବା ପରେ ଆଜି ପୁଣି ଜେଲ୍ କୁ ଗଲା ଅଭିଯୁକ୍ତ ଗୋବିନ୍ଦ ସାହୁ । ଆଜି ସକାଳ ୭ଟାରେ ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ହାଜର ପରେ ପୁଣି ଜେଲ୍ କୁ ନିଆଯାଇଛି । ତେବେ ପୁଣି ଥରେ ରିମାଣ୍ଡରେ ପୋଲିସ୍ ଗୋବିନ୍ଦ ସାହୁଙ୍କୁ ନେବ କି ନାହିଁ ତାକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୁଚନା ମିଳିପାରି ନାହିଁ । ମମିତାଙ୍କୁ ହତ୍ୟା କରିଥିବା ଗୋବିନ୍ଦ ଓ ପ୍ରମାଣ ନଷ୍ଟରେ ତାକୁ ଯେଉଁମାନେ ସହଯୋଗ କରିଛନ୍ତି, ସେ ଦିଗରେ ପୁଲିସ ଅନେକ ସଫଳତା ପାଇଛି । ଅଥଚ କେଉଁ ସବୁ କାରଣ ଲାଗି, ଆଉ କାହା କାହା ପାଇଁ ମମତା ମୃତ୍ୟୁ ମୁହଁକୁ ଟାଣିହୋଇଗଲେ, ସେ ଦିଗରେ ତଦନ୍ତ ଏବେ ବି ବାକି ରହିଛି ।ଅନ୍ୟପଟେ ମମିତାଙ୍କର ମୋବାଇଲ୍ ଫୋନ୍ ରେକର୍ଡ, ଗୋବିନ୍ଦ ଧରୁଥିବା ଦୁଇଟି ମୋବାଇଲ୍ ଫୋନର ରେକର୍ଡ ଏବଂ ଅନ୍ୟ ସନ୍ଦିଗ୍ଧମାନଙ୍କ ମୋବାଇଲ୍ ଫୋନ୍ ହିଁ ସତ ଆଡକୁ ତଦନ୍ତକାରୀ ଅଧିକାରୀଙ୍କୁ ଟାଣିନେବ ।

gpkandhamal

ହେଲେ ଏ ଦିଗରେ ପୁଲିସର ତଦନ୍ତ କେତେ ଆଗେଇଛି, ସବୁ କଲ୍ ରେକର୍ଡ କଢ଼ାଗଲାଣି କି ନାହିଁ, ସର୍ବୋପରି ଏସବୁ ଅନୁଧ୍ୟାନ କରିବା ଲାଗି କୌଣସି ବିଶେଷଜ୍ଞଙ୍କ ସହାୟତା ନିଆଯାଇଛି କି? ଏସବୁ ସଂପର୍କରେ ନା ତଦନ୍ତକାରୀ ଅଧିକାରୀ କିଛି କହୁଛନ୍ତି ନା ଏସପି ନା ଡିଆଇଜି । ତେବେ ଆମେ ମମିତାଙ୍କ ମୋବାଇଲ୍ ଫୋନ୍ ସଂପର୍କରେ ପ୍ରଥମରୁ ହିଁ ସସ୍‌ପେନ୍ସ ଲାଗି ରହିଛି।

Umasankar Adv
Leave A Reply

Your email address will not be published.