ଶିମଲାରେ ପ୍ରବଳ ତୁଷାରପାତ , ୩ ପର୍ଯ୍ୟଟକଙ୍କ ମୃତ୍ୟୁ

ଶିମଲା, ଅକ୍ଟୋବର ୨୫ : ଉତ୍ତର ଭାରତର ଅନେକ ଅଂଚଳରେ ତୁଷାରପାତ ଆରମ୍ଭ ହୋଇଯାଇଛି। ଫଳରେ ଲୋକଙ୍କର ଅସୁବିଧା ବଢ଼ିଛି। ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଓ ଜମୁ କଶ୍ମୀରରେ ଭୂସ୍ଖଳନଜନିତ ଅଧିକ ଖବର ଆସୁଛି। ରବିବାର ଶିମଲାର ଜଙ୍ଗଲ ରାସ୍ତାରେ ୧୩ ଜଣ ପର୍ଯ୍ୟଟକଙ୍କ ମଧ୍ୟରୁ ପ୍ରବଳ ତୁଷାରପାତ ଯୋଗୁଁ ୩ ଜଣଙ୍କର ମୃତ୍ୟୁ ହୋଇଛି। ମାତ୍ର ୧୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। 

gpkandhamal

ଏହା ପୂର୍ବରୁ ଜମୁ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ତୁଷାରପାତ ଯୋଗୁଁ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଖରାପ ପାଗ ଯୋଗୁଁ ଜୀବନ ହରାଇଥିବା ଲୋକଙ୍କ ସଂଖ୍ୟା ୫ରେ ପହଂଚିଛି। ୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଜଣେ ଅଧିକାରୀ କହିଛନ୍ତି ଯେ, ଶନିବାର ରାତି ଦକ୍ଷିଣ କଶ୍ମୀରର ଏହି ଜିଲ୍ଲାର ସିନଥାନନ ଦ‌ର୍ରାରେ ଫସିଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। 

Umasankar Adv
Leave A Reply

Your email address will not be published.