ନେଟୱର୍କ ନାହିଁ ତ ଭୋଟ ନାହିଁ , ନେଟୱର୍କ ଦିଅ ଭୋଟ ନିଅ

କନ୍ଧମାଳ : କନ୍ଧମାଳ ଜିଲ୍ଲାର ଅତି ଦୁର୍ଗମ ଅଞ୍ଚଳ ଭାବେ ଭ୍ରମରବାଡି ପଞ୍ଚାୟତ। ୧୬ ଗୋଟି ୱାର୍ଡ ଏବଂ ୨୩ ଗୋଟି ପଡାକୁ ନେଇ ଏହି ପଞ୍ଚଯାତ ଗଠିତ । ଏହି ପଞ୍ଚାୟତରେ ପାଞ୍ଚ ହଜାରରୁ ଅଧିକ ଲୋକ ବସବାସ କରନ୍ତି। ତେବେ ଏହି ପଞ୍ଚାୟତକୁ ମୋବାଇଲ୍ ଫୋନ୍ର କୌଣସି ନେଟ୍ୱର୍କ ଆସେନାହିଁ। କାହିଁକି ନା ଏହି ଦୁର୍ଗମ ଅଞ୍ଚଳରେ ଆଜି ସୁଦ୍ଧା ମୋବାଇଲ ଟାୱାର ସ୍ଥାପନ ହୋଇପାରି ନାହିଁ। ନେଟ୍ୱର୍କ ଆସୁ ନଥିବା ଯୋଗୁ ଏଠାରୁ କେଉଁଠାକୁ ମୋବାଇଲ୍ ଫୋନ୍ରୁ କଲ୍ କରି ହୁଏ ନାହିଁ। ସେହିପରି ଏଠାକୁ କଲ୍ ଆସେ ନାହିଁ। କାହାର ଦେହ ଖରାପ ହେଲେ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ୍ କରିପାରୁନାହାନ୍ତି ପଞ୍ଚାୟତ ବାସୀ। ଗାଁରେ କାହା ଘରେ ନିଆଁ ଲାଗି ଗଲେ ଅଗ୍ନିଶମବାହିନୀଙ୍କୁ ମଧ୍ୟ ଫୋନ୍ କରିପାରୁ ନାହାନ୍ତି ଲୋକେ। ସେହିପରି ଏବେ କରୋନା ସମୟରେ ଅନ୍ଲାଇନ୍ ପାଠପଢ଼ା ଉପରେ ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଏ ଅଞ୍ଚଳର ପିଲାମାନଙ୍କ ପାଇଁ ଏହା ଅସମ୍ଭବ ହୋଇପଡ଼ିଛି। କୌଣସି ନେଟ୍ୱର୍କ ନଥିବା ଯୋଗୁ ପିଲାମାନେ ଅନ୍ଲାଇନ୍ରେ ପାଠପଢ଼ି ପାରୁ ନାହାନ୍ତି। ଏହି ସମସ୍ୟା ସଂପର୍କରେ ଅଞ୍ଚଳବାସୀ ପ୍ରଶାସନକୁ ଅନେକ ଥର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ।ତେବେ ଏହି ପଞ୍ଚାୟତବାସୀଙ୍କ କହିବା କଥା ହେଉଛି କରୋନା ଟିକା ନେବା ପାଇଁ ହେଲେ ଅନ୍ଲାଇନରେ ବୁକିଂ କରିବାକୁ ପଡ଼େ। ଆମ ପଞ୍ଚାୟତରେ ନେଟୱର୍କ ନଥିବାରୁ ଅଧ କିଲୋମିଟର ବାଟ ଯାଇ ସେଠାରେ ଟିକା ପାଇଁ ବୁକିଂ କରୁଛୁ। ନେଟ୍ୱର୍କ ସୁବଧା ନ ଥିବାରୁ ପିଲାମାନେ ପାଠପଢ଼ିବାରେ ବି ଭାରି ହଇରାଣ ହେଉଛନ୍ତି। , ମୋବାଇଲ୍ ଟାୱାର ସ୍ଥାପନ ପାଇଁ ବିଧାୟକଙ୍କ ଠାରୁ କରି ସାଂସଦଙ୍କ ପର୍ଯ୍ୟନ୍ତ ଜଣାଇଛୁ। ହେଲେ ଆମ କଥା କେହି ଶୁଣି ନାହାନ୍ତି। ତେଣୁ ଆମେ ମାନେ ଲିଖିତ ଭାବରେ ଜିଲ୍ଲା ମୁଖ୍ୟ TDF ଙ୍କୁ ଜଣାଉଛୁ କି ଖୁବ ଶୀଘ୍ର ଆମ୍ଭ ପଞ୍ଚଯାତରେ ଏକ ଜିଓ ଟାୱାର ସ୍ଥାପନ କରାଗଲେ ପଂଚାୟତ ବାସୀ ଉପକୃତ ହେବୁ । ଅନ୍ୟଥା ଯଦି ଦାବି ପୂରଣ ନ ହୁଏ ଆଗାମୀ ଦିନରେ ଭ୍ରମର ପଡା ପଂଚାୟତ ବାସୀ ରାଜରାସ୍ତାକୁ ଓଲ୍ହାଇବା ସହ ଆଗାମୀ ଦିନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.