ସିଆରପିଏଫ୍‌ କ୍ୟାମ୍ପରେ ରାତି ବିତାଇଲେ ଅମିତ ଶାହ

ନୂଆଦିଲ୍ଲୀ, ଅକ୍ଟୋବର ୨୬ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜମୁ କଶ୍ମୀର ଗସ୍ତର ୩ୟ ତଥା ଅନ୍ତିମ ଦିନରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆରପିଏଫ) କ୍ୟାମ୍ପରେ ରାତ୍ରୀଯାପନ କରିଛନ୍ତି। ଏହା ପୂର୍ବରୁ ସେ ଯବାନଙ୍କ ସହିତ ରାତ୍ରୀ‌ ଭୋଜନ କରିଛନ୍ତି। ଅମିତ ଶାହ ପୁଲୱାମା ଜିଲ୍ଲାର ଲେଥପୋରାସ୍ଥିତ ସିଆରପିଏଫ କ୍ୟାମପରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। 

gpkandhamal

ଶ୍ରୀ ଶାହ ସିଆରପିଏଫ କ୍ୟାମ୍ପରେ ଅନେକ ପ୍ରକାରର ଅସ୍ତ୍ରର ଅବଲୋକନ କରିଥିଲେ। ଅମିତ ଶାହ ଏହା ପୂର୍ବରୁ ଗସ୍ତର ୨ୟ ଦିନରେ ଭାରତ-ପାକିସ୍ତାନ ସୀମାରେ ଥିବା ପୋଷ୍ଟକୁ ଯାଇ ଜନସାଧାରଣଙ୍କୁ ଭେଟିଥିଲେ। ସ୍ଥାନୀୟ ଲୋକଙ୍କୁ ନିଜର ମୋବାଇଲ ଫୋନ ନମ୍ବର ଦେଇଥିଲେ। ମୋଟାମୋଟି ଭାବେ କହିବାକୁ ଗଲେ କେନ୍ଦ୍ର ସରକାର କଶ୍ମୀରବାସୀଙ୍କୁ ସୁରକ୍ଷା ଦେବା ପାଇଁ ସବୁବେଳେ ଚିନ୍ତା କରୁଛନ୍ତି। କେନ୍ଦ୍ରମନ୍ତ୍ରୀ ଶାହ କହିଛନ୍ତି ଯେ, ସେ ଅର୍ଦ୍ଧ‌ସାମରିକ ବାହିନୀର ଯବାନଙ୍କ ସହିତ ସମୟ ବିତାଇବାକୁ ଚାହୁଁଥିଲେ। ଯବାନଙ୍କୁ ଭେଟି, ସେମାନଙ୍କର ଅଭିଜ୍ଞତା ଓ ପରିଶ୍ରମକୁ ଜାଣିବାକୁ ଚାହୁଁଥିଲେ। ଏଥି ସହିତ ଯବାନଙ୍କ ବଳ ମଧ୍ୟ ଦେଖିବାକୁ ଚାହୁଁଥିଲେ। ଏଥି ପାଇଁ ସେ ପୁଲୱାମାର ଲେଥପୋରା ସିଆରପିଏଫ କ୍ୟାମ୍ପରେ ଯବାନଙ୍କ ସହିତ ସମୟ ବିତାଇବାକୁ ନିଷ୍ପତ୍ତି ନେଇଥିଲେ।

Umasankar Adv
Leave A Reply

Your email address will not be published.