ରାଜ୍ୟରେ ଧୀରେ ଧୀରେ ହ୍ରାସ ପାଉଛି କରୋନା ସଂକ୍ରମଣ

ରାଜ୍ୟରେ ଧୀରେ ଧୀରେ ହ୍ରାସ ପାଉଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ଭିତରେ ୪୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୩୯୨୬୯ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୫୨ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୮୧ ଜଣ ଲୋକାଲ କେସ୍ ରହିଛନ୍ତି । ସେହିପରି ୧୮ ବର୍ଷରୁ କମ୍ ବୟସର ୬୪ ଜଣ ପଜିଟିଭ ରହିଛନ୍ତି । 

gpkandhamal

ଅନୁଗୁଳରୁ ୪, ବାଲେଶ୍ୱରରୁ ୮, ବରଗଡରୁ ୬, ଭଦ୍ରକରୁ ୭, ବଲାଙ୍ଗିରରୁ ୧, କଟକରୁ ୩୬, ଦେଓଗଡରୁ ୮, ଝାରସୁଗୁଡାରୁ ୧, କଳାହାଣ୍ଡିରୁ ୨, କେନ୍ଦ୍ରାପଡାରୁ ୧୧, ଖୋର୍ଦ୍ଧାରୁ ୨୦୭, ମୟୂରଭଞ୍ଜରୁ ୧୫, ନୟାଗଡରୁ ୪, ନୂଆପଡାରୁ ୯, ପୁରୀରୁ ୮, ରାୟଗଡାରୁ ୨, ସମ୍ବଲପୁରରୁ ୧୭, ସୋନପୁରରୁ ୧, ସୁନ୍ଦରଗଡରୁ ୧୨ ଓ ଷ୍ଟେଟ ପୁଲରୁ ୪୯ ଜଣ ରହିଛନ୍ତି ।  ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୩୯୨୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୪୬୨୩ଟି ଆକ୍ଟିଭ କେସ ରହିଛି । ଏହାସହିତ ୧୦୨୬୨୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Umasankar Adv
Leave A Reply

Your email address will not be published.