ମନୀଷ ହତ୍ୟା ମାମଲା, ୩ ଅଭିଯୁକ୍ତଙ୍କର ହେବ ଲାଏ ଡିଟେକ୍ସନ

ଭୁବନେଶ୍ୱର, ଅକ୍ଟୋବର ୨୬ : ବହୁଚର୍ଚ୍ଚିତ ଭୁବନେଶ୍ୱର ମନୀଷ ଅନୁରାଗ ହତ୍ୟା ମାମଲା । ଅଭିଯୁକ୍ତଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ । ୩ ହତ୍ୟାତାରୀଙ୍କ ମିଛ ଧରିବାକୁ କୋର୍ଟରେ ଆବେଦନ କରିଛି ପୋଲିସ । ଅମ୍ରିତ, ମୃତ୍ୟୁଞ୍ଜୟ ଓ ଦିନେଶର ହେବ ଲାଏ ଡିଟେକ୍ସନ ଟେଷ୍ଟ । କୋର୍ଟକୁ ଅନୁମତି ମିିଳିଲେ କରାଯିବ ଲାଏ ଡିଟେକ୍ସନ ଟେଷ୍ଟ ।  ମନୀଷ ଓ ତାଙ୍କ ସାଙ୍ଗମାନେ ଘଟଣା ଦିନ ରାତିରେ ହୋଟେଲରେ ମଉଜ କରିିବା ପରେ ୩୫ ହଜାର ଟଙ୍କାର ବିଲକୁ ନେଇ ବଚସା ହୋଇଥିଲା । ପରେ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ପୋଖରୀରେ ଫିଙ୍ଗି ଦେଇଥିଲେ ସାଙ୍ଗ । ମାମଲାରେ ୩ ଜଣଙ୍କ ଠାରୁ ସତ ଉଗାରିବାକୁ ପୋଲିସ କରିବ ଲାଏ ଡିଟେକ୍ସନ ଟେଷ୍ଟ । 

gpkandhamal

ଏହାସହିଚ ଚର୍ଚ୍ଚାକୁ ଆସିଥିବା ହୋଟେଲ ସାଉଥ୍ ସିଟି ଓ ବାର୍ ବେଆଇନ ଭାବେ କୋଭିଡ ଗାଇଡଲାଇନ ନମାନି ଚଲାଉଥିବାରୁ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କୁ ଗିରଫ କରିଛି ପୋଲିସ । ସେହିପରି ହୋଟେଲ ମାଲିକ ପ୍ରଦ୍ୟୁମ ଜେନା ଓ ସାଉଥ ସିଟି ବାର ମ୍ୟାନେଜର ଶୋଭିତ୍ ଜେନା ମଧ୍ୟ ଜେଲରେ ଅଛନ୍ତି । ହୋଟେଲରେ ରେଡ ବେଳେ ମଧ୍ୟ ବିପୁଳ ମଦ ଜବତ ହୋଇଥିଲା ।

Umasankar Adv
Leave A Reply

Your email address will not be published.