ଏବର୍ଷ ରାଜ୍ୟକୁ ଥରାଇବ ଶୀତ ଲହରୀ

ଭୁବନେଶ୍ୱର, ଅକ୍ଟୋବର ୨୬ : ଏବର୍ଷ ବି ରାଜ୍ୟକୁ ଥରାଇବ ଶୀତ । ଉତ୍ତର ଭାରତ ସମେତ ଅନେକ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେବ । ଓଡିଶାରେ ବି ଶାତ ଲହରୀ ପ୍ରକୋପ ଅସହ୍ୟ ରହିବ । ସ୍ୱାଭାବିକଠାରୁ ପାରଦ ଅଧିକ ଖସିବ । ଖାଲି ସେତିକି ନୁହେଁ ଶୀତର ଅବଧି ବି ଲମ୍ବା ହେବ । ଏନେଇ ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ।  ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ଏବର୍ଷ ବିଶ୍ୱ ମଣ୍ଡଳୀୟ ପ୍ରଶାନ୍ତ ମହାସାଗରରେ ଲୋ-ନିନା ପ୍ରଭାବ ରହୁଛି । ଏଥିଯୋଗୁଁ ତାପମାତ୍ରା କମିବ । ଉତ୍ତର ପୂର୍ବ ଏସିଆରେ ଏବର୍ଷ ଶୀତ ପ୍ରକୋପ ଅଧିକ ରହିବ । ଭାରତରେ ସ୍ୱାଭାବିକ ଠାରୁ ଅଧିକ ନିମ୍ନଗାମୀ ହେବ । ୨୦୧୯ ଓ ୨୦୨୦ରେ ଲୋ-ନିନା ପ୍ରଭାବ ଯୋଗୁଁ ଶୀତ ଅଧିକ ରହିଥିଲ । କୃଷି ପାଣିପାଗ ବିଜ୍ଞାନୀ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ହେଲା, ଲୋ ବିନା ପ୍ରଭାବରେ ଏବର୍ଷ ଶୀତ ଅଧିକ ଅନୁଭୂତ ହେବ । ଶୀତ ତୀବ୍ରତା ଅଧିକ ରହିବା ସହ ଏହାର ଅବଧି ବି ଅଧିକ ଦିନ ପର୍ଯ୍ୟନ୍ତ ଲମ୍ବିବ । ଅଧିକାଂଶ ବର୍ଷ ଫେବୃଆରୀରେ ଶୀତ କମିବା ସହ ଗରମ ପ୍ରକୋପ ଆରମ୍ଭ ହୋଇଥାଏ । ଏଥପ ଫେବୃଆରୀରେ ମଧ୍ୟ ଭୀଷଣ ଜାଡ ଅନୁଭୂତ ହେବା ସମ୍ଭାବନା ଅଛି । 

gpkandhamal

ବର୍ତ୍ତମାନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଏହା ପଶ୍ଚିମକୁ ମୁହିାଁଇବ । ପରବର୍ତ୍ତୀ ୪୮ ଘଣ୍ଟା ଭିତରେ ଏହା ଲଘୁଚାପରେ ପରିଣତ ହେବା ସମ୍ଭାବନା ଅଛି । ଏହାର ପ୍ରଭାବରେ ତାମିଲନାଡୁ, କେରଳ, କର୍ଣ୍ଣାଟକ, ଶ୍ରୀଲଙ୍କାରେ ବର୍ଷା ସମ୍ଭାବନା ରହିଛି । ସେହିପରି ବଙ୍ଗୋପସାଗରରେ ଆଗକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୩ରୁ ୪ତାରଇକ ଭେଳକୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ।

Umasankar Adv
Leave A Reply

Your email address will not be published.