ସ୍କଟଲାଣ୍ଡକୁ ୬୦ ରନ୍‌ରେ ଅଲ୍‌ଆଉଟ୍‌ କଲା ଆଫଗାନିସ୍ତାନ

ଶାରଜା, ଅକ୍ଟୋବର ୨୬ : ଆଇସିସି ଟି-୨୦ ବିଶ୍ବକପ୍‌ରେ ଆଫଗାନିସ୍ତାନ ସୋମବାର କମାଲ କରିଛି। ଶାରଜା କ୍ରିକେଟ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ସ୍କଟଲାଣ୍ଡକୁ ୬୦ ରନ୍‌ରେ ଅଲଆଉଟ୍‌ କରିଛି। ଏଥି ସହିତ ଆଫଗାନିସ୍ତାନ ଏହି ମ୍ୟାଚ୍‌କୁ ୧୩୦ ରନ୍‌ର ବ୍ୟବଧାନରେ ଜିତିଛି।  ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ଟି ୱିକେଟ ହରାଇ ୧୯୦ ରନ୍‌ ସଂଗ୍ରହ କରିଥିଲା। ଫଳରେ ସ୍କଟଲାଣ୍ଡକୁ ୧୯୧ ରନ୍‌ର ଟାର୍ଗେଟ ମିଳିଥିଲା। ଜବାବରେ ସ୍କଟଲାଣ୍ଡ ୧୦.୨ ଓଭରରେ ସମସ୍ତ ୱିକେଟ ହରାଇ ୬୦ ରନ୍‌ କରିଥିଲା। ସ୍କଟଲାଣ୍ଡ ପାଇଁ ବ୍ୟକ୍ତିଗତ ଭାବେ ଓପନର ଜର୍ଜ ମୁନ୍‌ସୀ ୨୫ ରନ୍‌ ଓ କାୟେଲ କୁଟଜର ୧୦ ରନ୍‌ କରିଥିଲେ। କ୍ରିସ ଗେଭ୍‌ସ ୧୨ ରନ୍‌ ସଂଗ୍ରହ କରିଥିଲେ। ଅନ୍ୟ ଖେଳାଳିଙ୍କ ପ୍ରଦର୍ଶନ ଉତ୍ସାହଜନକ ନଥିଲା। 

gpkandhamal

ଆଫଗାନିସ୍ତାନ ଉଭୟ ବ୍ୟାଟିଂ ଓ ବୋଲିଂ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିଲା। ପ୍ରଥମ ପାଳିରେ ଓପନର ହଜରତୁଲ୍ଲା ଜଜାରୀ ୩୦ଟି ବଲ ଖେଳି ୩ଟି ଚୌକା ଓ ୩ଟି ଛକା ସହାୟତାରେ ୪୪ ରନ୍‌ କରିଥିଲେ। ମହମ୍ମଦ ଶାହଜବାଦ ୧୫ଟି ବଲ ଖେଳି ୨୨ ରନ୍‌ କରିଥିଲେ। ଏଥିରେ ସେ ୨ଟି‌ ଚୌକା ଓ ଗୋଟିଏ ଛକା ମାରିଥିଲେ। ଗୁରବାଜ ୩୭ଟି ବଲ ଖେଳି ଗୋଟିଏ ଚୌକା ଓ ୪ଟି ଛକା ବଳରେ ୪୬ ରନ୍‌ କରିଥିବା ବେଳେ ନାଜିବୁଲ୍ଲା ବ୍ୟକ୍ତିଗତ ଭାବେ ୫୯ ରନ୍‌ କରିଥିଲେ। ସେ ୩୪ଟି ବଲ ଖେଳି ୫ଟି ଚୌକା ଓ ୩ଟି ଛକା ମାରିଥିଲେ। ସେହିପରି ଅଧିନାୟକ ନବୀ ଅପରାଜିତ ୧୧ ରନ କରିଥିଲେ। ବୋଲିଂ କ୍ଷେତ୍ରରେ ଆଫଗାନିସ୍ତାନ ପାଇଁ ମୁଜିବ ଉର ରହମାନ ସର୍ବାଧିକ ୫ଟି ୱିକେଟ ନେଇଥିଲେ। ରସିଦ ଖାନ ୪ଟି ୱିକେଟ ନେଇଥିଲା ବେଳେ ନବୀନ ଅଲ-ହକଙ୍କୁ ଗୋଟିଏ ୱିକେଟ ମିଳିଥିଲା। 

Umasankar Adv
Leave A Reply

Your email address will not be published.