ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ୫୪୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ଅକ୍ଟୋବର ୨୭ : ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ୫୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୩୯୮୧୮ ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୧୮ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୨୩୧ ଜଣ ଲୋକାଲ କେସ୍ ରହିଛନ୍ତି । ସେହିପରି ୧୮ ବର୍ଷରୁ କମ୍ ବୟସର ୭୦ ଜଣ ପଜିଟିଭ ରହିଛନ୍ତି ।  ଅନୁଗୁଳରୁ ୨, ବାଲେଶ୍ୱରରୁ ୧୨, ବରଗଡରୁ ୨, ଭଦ୍ରକରୁ ୪, ବଲାଙ୍ଗିରରୁ ୧, କଟକରୁ ୫୦, ଦେଓଗଡରୁ ୮, ଝାରସୁଗୁଡାରୁ ୯, ଯାଜପୁର ୧୩,ଜଗତସିଂହପୁର ୯, କଳାହାଣ୍ଡିରୁ ୪, କେନ୍ଦ୍ରାପଡାରୁ ୭, ଖୋର୍ଦ୍ଧାରୁ ୨୯୬, ମୟୂରଭଞ୍ଜରୁ ୧୩, ନୟାଗଡରୁ ୧୦, ନୂଆପଡାରୁ ୬, ପୁରୀରୁ ୯, ରାୟଗଡାରୁ ୧, ସମ୍ବଲପୁରରୁ ୧୬, ସୋନପୁରରୁ ୧, ସୁନ୍ଦରଗଡରୁ ୭ ଓ ଷ୍ଟେଟ ପୁଲରୁ ୬୭ ଜଣ ରହିଛନ୍ତି। 

gpkandhamal

ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୩୯୮୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୪୬୭୩ଟି ଆକ୍ଟିଭ କେସ ରହିଛି । ଏହାସହିତ ୧୦୨୬୭୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Umasankar Adv
Leave A Reply

Your email address will not be published.