ଉତ୍ତରପ୍ରଦେଶ ବାରବାଙ୍କୀରେ ଟ୍ରାକ୍ଟରରେ ଯାଉଥିବା ଶ୍ରଦ୍ଧାଳୁଙ୍କୁ ଧକ୍କା ଦେଲା ବସ

ବାରବାଙ୍କୀ, ଅକ୍ଟୋବର ୨୬ : ଉତ୍ତର ପ୍ରଦେଶର ବାରବାଙ୍କୀ ଜିଲ୍ଲାରେ ସୋମବାର ୨ଟି ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ କି ୨ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୪୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୧୪ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଦେବା ମେଳାକୁ ଟ୍ରାକ୍ଟରରେ ଯାଉଥିବା ଶ୍ରଦ୍ଧାଳୁଙ୍କୁ ଦ୍ରୁତଗାମୀ ବସ ଧକ୍କା ଦେଇଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪ ଗୁରୁତର ହୋଇଛନ୍ତି। ଟ୍ରକ୍ଟର ଦୁର୍ଘଟଣା ହେବା ପରେ ଏହାର ପଛରେ ଆସୁଥିବା ଅନ୍ୟ ଟ୍ରାକ୍ଟର ଓ ଏକ କାର ମଧ୍ୟ ଦୁର୍ଘଟଣାର ସାମ୍ନା କରିଛି। ସୂଚନା ମିଳିବା ପରେ ଘଟଣାସ୍ଥଳକୁ ପୋଲିସ ପହଂଚି ଉଦ୍ଧାର କାମରେ ଲାଗିଥିଲା। ଆହତମାନଙ୍କୁ ଆମ୍ବୁଲାନ୍ସ ଜରିଆରେ ହସ୍ପିଟାଲ ନେଇଥିଲା। 

gpkandhamal

ଶ୍ରଦ୍ଧାଳୁମାନେ ସୋମବାର ସନ୍ଧ୍ୟା ୭ଟା ୩୦ରେ ଦେବା କୋଲୱାଲୀ ଅଂଚଳର ଇସ୍ମାନପୁର ଗାଁ ନିକଟରେ ମେଳା ଦରଘା ଦର୍ଶନ ସାରି ଲଖନଉର ନଗରାମ ଫେରୁଥିଲେ। ଏହି ସମୟରେ ଦ୍ରୁତଗାମୀ ବସଟି ଟ୍ରାକ୍ଟରକୁ ଧକ୍କା ଦେଇଥିଲା। 

Umasankar Adv
Leave A Reply

Your email address will not be published.