୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଧଳା ଜହର ଜବତ

ଭଦ୍ରକ ,ଅକ୍ଟୋବର ୨୭ : ରାଜ୍ୟରେ ଦିନକୁ ଦିନ ଧଳା ଜହର କାରବାର ବଢି ଚାଲୁଥିବା ବେଳେ ଭଦ୍ରକରେ ଜବତ ହୋଇଛି ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଧଳା ଜହର । ଯାହାଫଳରେ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ଭଦ୍ରକ ପୋଲିସ୍ । ସୁଚନା ଅନୁସାରେ ବ୍ରାଉନ ସୁଗାର ଚାଲାଣ ବିଷୟରେ ଆଗରୁ ଖବର ପାଇଥିଲା ଭଦ୍ରକ ପୋଲିସ୍ । ପରେ ଭଦ୍ରକ ରାନ୍ଦିଆ ପାୱାର ପ୍ଲାଣ୍ଟ ଛକ ନିକଟରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଚେକିଂ କରିବା ସମୟରେ ଦୁଇ ଜଣ ଏକ ବାଇକରେ ଆସୁଥିବା ସମୟରେ ପୋଲିସ ସେମାନଙ୍କୁ ଧରିପକାଇଥିଲା ।

gpkandhamal

ଅଭିଯୁକ୍ତ ମାନେ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ହାସିନପୁରର ଶ୍ରୀକାନ୍ତ ପ୍ରଧାନ ଓ ଅରୁଣ ସେଠୀ । ଆଜି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲଣ କରାଯିବ ଏନେଇ ଭଦ୍ରକ ଏସପି ଚରଣ ସିଂ ମିନା ସୂଚନା ଦେଇଛନ୍ତି। ଧରା ପଡ଼ିଥିବା ଦୁଇ ଅଭିଯୁକ୍ତଙ୍କ ନାଁରେ ଆଗରୁ ମଧ୍ୟ ଥାନାରେ ଅଭିଯୋଗ ଥିବା ଜଣାପଡ଼ିଛି ।

Umasankar Adv
Leave A Reply

Your email address will not be published.