ଚାନ୍ଦିପୁର ଡ଼ିଆରଡ଼ିଓ ତଥ୍ୟ ଲିକ୍ ମାମଲା: ଓଡ଼ିଶା ପରେ ରାଜସ୍ଥାନରେ ରହସ୍ୟମୟୀଙ୍କ ହନିଟ୍ରାପ୍

ରାଜସ୍ଥାନ,ଅକ୍ଟୋବର ୨୭ : ଚାନ୍ଦିପୁର ଡ଼ିଆରଡ଼ିଓ ତଥ୍ୟ ଲିକ୍ ମାମଲାରେ ସାମ୍ନାକୁ ଆସିଲା ଆଉ ଏକ ନୁଆ ତଥ୍ୟ । ଓଡ଼ିଶା ପରେ ରାଜସ୍ଥାନରେ ରହସ୍ୟମୟୀଙ୍କ ହନିଟ୍ରାପ୍ ଘଟଣା ଏବେ ସାମ୍ନାକୁ ଆସିଛି । ରାଜସ୍ଥାନ ଯୋଧପୁର ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସ କର୍ମଚାରୀଙ୍କୁ ହନିଟ୍ରାପ୍ କରାଯାଇଛି । ସର୍ଭିସ କର୍ମଚାରୀ ଜଣଙ୍କ ଚତୁର୍ଥ ଶ୍ରେଣୀର କର୍ମଚାରୀ ହୋଇଥିବା ସୁଚନା ମିଳିଛି । ତେବେ ଏହି ଘଟଣାରେ ଓଡ଼ିଶା ପୋଲିସ୍ ସହ କଥା ହୋଇଛି ରାଜସ୍ଥାନ ପୋଲିସ୍ । ଚଳିତ ଅକ୍ଟୋବର ୧୫ରେ ହନିଟ୍ରାପ୍ ଲିଙ୍କ୍ ନେଇ ସିଆଇଡ଼ିକୁ ମିଳିଛି ବଡ଼ ସୁଚନା ।

gpkandhamal

ଓଡ଼ିଶାରୁ ଗିରଫ ଅଭିଯୁକ୍ତଙ୍କ ଟଙ୍କା ନେଣଦେଣ ପାଇଁ ହୋଇଥିବା ରିପୋର୍ଟ ମଧ୍ୟ ମିଳିଛି । ଦୁବାଇର ଲୁଲୁ ଇଣ୍ଟରନ୍ୟାସନାଲ ଏଜେନ୍ସିରୁ ୨୪ ହଜାର ଟ୍ରାଞ୍ଜାକ୍ସନ୍ ହୋଇଛି । ତେବେ ଏହା ଛଡ଼ା ବାକି ୧୪ ହଜାର ଟଙ୍କାର ଟ୍ରାଞ୍ଜାକ୍ସନ୍ ନେଇ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଜ ।

Umasankar Adv
Leave A Reply

Your email address will not be published.