ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ କୁମାର ବେହେରାଙ୍କ ସରକାରୀ କ୍ବାର୍ଟର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର ,ଅକ୍ଟୋବର 28 : ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ଏହି ବହୁଚର୍ଚ୍ଚିତ ମନୀଷ ହତ୍ୟା ମାମଲାରେ କମିସନରେଟ ପୁଲିସ କୌଣସି ନିଷ୍କର୍ସରେ ପହଞ୍ଚି ପାରିନାହିଁ । ଅନେକ ଦିନ ହେବ ତଦନ୍ତ ଜାରୀ ରଖିଛି ପୋଲିସ୍ । ତେବେ  ମନୀଷ ହତ୍ୟା ମାମଲାର ଖୋଳତାଡ ବେଳେ ସାମ୍ନାକୁ ଆସିଛି ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କ କଳା କାରନାମା । ତଦନ୍ତର ଭାର ଯେତିକି ଆଗକୁ ଯାଉଛି ପ୍ରସନ୍ନ ବେହେରା ସେତିକି ଅଡ଼ୁଆର ପଡ଼ୁଛନ୍ତି । ବେଆଇନ୍ ଭାବେ ବାର ଚଳାଇଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ଆଜି ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । ଭୁବନେଶ୍ୱର କଳ୍ପନାରେ ଥିବା ଘର ଓ ନିର୍ମାଣାଧୀନ ଘର ଚଢାଉ ହେଉଛି । ଖୋର୍ଦ୍ଧାରେ ଥିବା ଦୁଇ ମହଲା ପୈତୃକ ଘର, ଡୁମୁଡୁମାରେ ଥିବା ସ୍ପାର୍କ ଫର୍ଣ୍ଣିଚର, ଲିଙ୍ଗିପୁରରେ ଥିବା ଫର୍ଣ୍ଣିଚର ୱାର୍କ ସପ୍, ପାତ୍ରପଡ଼ାରେ ଥିବା ସାଉଥ୍ ସିଟି ବାରରେ ଚଢାଉ କରାଯାଉଛି ।

gpkandhamal

୫ଟି ଟିମ୍ ଏକକାଳୀନ ଚଢାଉ କରୁଛନ୍ତି । ଏଥିରେ ୨ ଜଣ ଡିଏସ୍ପି, ୫ ଜଣ ଇନ୍ସପେକ୍ଟର ଓ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି । ପୂର୍ବରୁ ପ୍ରସନ୍ନ ବେହେରା ଚାକିରିରୁ ବହିଷ୍କୃତ ହୋଇଥିବା ସହ ଗିରଫ ହୋଇଛନ୍ତି ।

Umasankar Adv
Leave A Reply

Your email address will not be published.