ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୧୨ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର, ଅକ୍ଟୋବର ୨୮ : ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ୪୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୦୨୩୦ ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୩୭ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୭୫ ଜଣ ଲୋକାଲ କେସ୍ ରହିଛନ୍ତି । ସେହିପରି ୧୮ ବର୍ଷରୁ କମ୍ ବୟସର ୬୩ ଜଣ ପଜିଟିଭ ରହିଛନ୍ତି । 

gpkandhamal

ବାଲେଶ୍ୱରରୁ ୧୧, ବରଗଡରୁ ୫, ଭଦ୍ରକରୁ ୬, ବଲାଙ୍ଗିରରୁ ୧, କଟକରୁ ୪୬, ଢେଙ୍କାନାଳ ୪,ଗଜପତି ୪, ଗଞ୍ଜାମ ୨, ଝାରସୁଗୁଡାରୁ ୧୦, ଯାଜପୁର ୧୧, କଳାହାଣ୍ଡିରୁ ୩, କେନ୍ଦ୍ରାପଡାରୁ ୧୦, ଖୋର୍ଦ୍ଧାରୁ ୧୮୯,କେଉଁଝର୧, ମାଲାକାନଗିରି ୧, ମୟୂରଭଞ୍ଜରୁ ୧୪, ନୟାଗଡରୁ ୪, ନୂଆପଡାରୁ ୬, ପୁରୀରୁ ୧, ରାୟଗଡାରୁ ୪, ସମ୍ବଲପୁରରୁ ୮, ସୁନ୍ଦରଗଡରୁ ୭ ଓ ଷ୍ଟେଟ ପୁଲରୁ ୪୪ ଜଣ ରହିଛନ୍ତି।  ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୦୨୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୪୬୭୩ଟି ଆକ୍ଟିଭ କେସ ରହିଛି । ଏହାସହିତ ୧୦୨୭୧୦୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Umasankar Adv
Leave A Reply

Your email address will not be published.